www.samajalive.in
Friday, December 12, 2025
26.1 C
Bhubaneswar

୨୦୨୩ ହକି ପୁରୁଷ ବିଶ୍ବକପ ଭୁବନେଶ୍ବର ଶ୍ରେଷ୍ଠ ପସନ୍ଦର ଭେନ୍ୟୁ : ଏଲିନା ନର୍ମାନ

ଭୁବନେଶ୍ବର :  ପାଞ୍ଚ ବର୍ଷରେ ପାଞ୍ଚ ବିଶ୍ବସ୍ତରୀୟ ହକି ପ୍ରତିଯୋଗିତାକୁ ସଫଳତାର ସହିତ ପରିଚାଳନା କରି ବିଶ୍ବରେ ହକି ରାଜଧାନୀ ଭାବେ ପରିଚିତ ଭୁବନେଶ୍ବରରେ ୨୦୨୩ ପୁରୁଷ ହକି ବିଶ୍ବକପ ଆୟୋଜନ ନେଇ ଆଶା ବଢିବାରେ ଲାଗିଛି। ଭାରତ ୨୦୨୨/୨୩ ପୁରୁଷ ହକି ବିଶ୍ବକପ ପାଇଁ ବିଡ୍‌ ଦାଖଲ କରିଛି। ଉକ୍ତ ପ୍ରତିଯୋଗିତା ଆୟୋଜନ ନେଇ ଭାରତକୁ ଅଧିକାର ମିଳିଲେ ଭୁବନେଶ୍ବର ହିଁ ଶ୍ରେଷ୍ଠ ପସନ୍ଦର ଭେନ୍ୟୁ ହେବ ବୋଲି ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ ସ୍ପଷ୍ଟ କରିଛନ୍ତି। ଉକ୍ତ ପ୍ରତିଯୋଗିତା ଲାଗି ଭୁବନେଶ୍ବର ସମେତ ଭାରତର ୫ଟି ଭେନ୍ୟୁକୁ ସ୍ଥାନିତ କରାଯାିଛି। ଲଗାତାର ଦ୍ବିତୀୟ ଥର ପାଇଁ ଆୟୋଜନର ଅଧିକାର ମିଳେ ତେ​‌େ​‌ବ ଭୁବନେଶ୍ବର ହିଁ ଶ୍ରେଷ୍ଠ ପସନ୍ଦର ଆୟୋଜନ ଭେନ୍ୟୁ ହେବ ବୋଲି ହକି ଇଣ୍ଡିଆ ସିଇଓ ଏଲିନା ନର୍ମାନ ଟ୍ବିଟ୍‌ କରି ଜଣାଇଛନ୍ତି। ସେହିପରି ୨୦୨୦ରେ କଳିଙ୍ଗ ଷ୍ଟାଡ଼ିୟମରେ ଏଫ୍‌ଆଇଏଚ୍‌ ପ୍ରୋ- ହକି ଲିଗ୍‌ ସମେତ ଏସିଆନ ଚମ୍ପିଆନ୍ସ ଟ୍ରଫି ହକି ମଧ୍ୟ ଆୟୋଜିତ ହେବ ବୋଲି ଏଲିନା ସ୍ପଷ୍ଟ କରିଛନ୍ତି।
କଳିଙ୍ଗ ଷ୍ଟାଡ଼ିୟମରେ ୨୦୧୪ ଚମ୍ପିଆନ୍ସ ଟ୍ରଫି, ୨୦୧୭ ଏଫ୍‌ଆଇଏଚ୍‌ ହକି ବିଶ୍ବଲିଗ୍‌ ଫାଇନାଲସ୍‌ , ୨୦୧୮ ଚତୁର୍ଦଶ ପୁରୁଷ ହକି ବିଶ୍ବକପ, ୨୦୧୯ ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲସ୍‌ ଓ ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ସ ଯୋଗ୍ୟତା ହକି ମ୍ୟାଚ ସଫଳତାର ସହିତ ଶେଷ ହୋଇଛି। କଳିଙ୍ଗ ଷ୍ଟାଡ଼ିୟମ ବିଶ୍ବର ଶ୍ରେଷ୍ଠ ୫ ଶ୍ରେଷ୍ଠ ଗ୍ରାଉଣ୍ଡ ମଧ୍ୟରେ ସ୍ଥାନ ପାଇଛି। ଓଡ଼ିଶାରେ ହକି ଉତ୍ସାହ ମଧ୍ୟ ବିଶ୍ବ ହକିକୁ ନୂଆ ପ୍ରେରଣା ଯୋଗାଇଛି। ଓଡ଼ିଶା ସରକାର ହକିକୁ ପ୍ରୋତ୍ସାହିତ କରିବା ନେଇ ତୃଣମୂୂଳସ୍ତରରୁ କାର୍ଯ୍ୟ କରୁଛନ୍ତି। ଏକାଧିକ ଭିତ୍ତିଭୂମି ମଧ୍ୟ ସୃଷ୍ଟି କରିଛନ୍ତି। ହକି ରାଜଧାନୀରେ ପରିଣତ ହୋଇଥିବା ଭୁବନେଶ୍ବରରେ ଆଉ ଏକ ବିଶ୍ବକପ ଆୟୋଜନ ନେଇ ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ଏଲିନା ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories