www.samajalive.in
Friday, December 12, 2025
27.1 C
Bhubaneswar

ବୁର୍ଲା ଭିମସାରରେ ୧୨ ଘଣ୍ଟା ଧରି ପଡ଼ିରହିଲା ଏଚଆଇଭି ରୋଗୀଙ୍କ ମୃତଦେହ

ବୁର୍ଲା: ଗତ ସୋମବାର ଦିନ ଦନ୍ତ ବିଭାଗରେ ଏଚଆଇଭି ସଂକ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାରକୁ ନେଇ ବର୍ତ୍ତମାନ ସୁଦ୍ଧା ତୁମ୍ବିତୋଫାନ ଲାଗି ରହିଛି। ତାର କୌଣସି ନିଷ୍କର୍ଶ ବାଟ ଫିଟି ପାରି ନାହିଁ ପୁଣି ଏଚ୍ଆଇଭି ରୋଗୀଙ୍କୁ ନେଇ ପୁଣି ଚର୍ଚ୍ଚାରେ ବୁର୍ଲା ଭିମସାର। ପୁଣି ଜଣେ ଏଚ୍ଆଇଭି ଆକ୍ରାନ୍ତ ରୋଗୀଙ୍କ ଶବ ୧୨ ଘଣ୍ଟା ଧରି ବୁର୍ଲା ଭିମସାରର ଶଯ୍ୟାରେ ପଡିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଶବକୁ ଶଯ୍ୟାରୁ ନେବା ପାଇଁ ଭିମସାର ବ୍ୟବସ୍ତା ଏବଂ ପୁଲିସ ମଧ୍ୟରେ ଟଣା ଓଟରା ସ୍ତିତି ଚାଲିଥିବା ବେଳେ ଦିର୍ଘ ସମୟ ଶବଟି ବିଭାଗ ମଧ୍ୟରେ ପଡିରହିଥିବା କାରଣରୁ ବିଭାଗରେ ଚିକିତ୍ସାଧୀନ ରୋଗୀ ତଥା ତାଙ୍କ ସମ୍ପର୍କିୟ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ବୁର୍ଲା ଭିମସାରର ମେଡିସିନ ବିଭାଗର ଦ୍ୱିତୀୟ ୟୁନିଟରେ ୧୩୭ ନମ୍ବର ଶଯ୍ୟାରେ ଗତ ଅକ୍ଟୋବର ମାସ ୨୩ ତାରିଖରୁ ଜଣେ ରୋଗୀ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ରୋଗି ଜଣକ ବରଗଡ ଜିଲ୍ଲା ଅଞ୍ଚଳର ନିବାସୀ ବୋଲି ଜଣାପଡିଛି। ତେବେ ଉକ୍ତ ରୋଗୀଜଣକ ତାଙ୍କ ଡାହାଣ ଆଖିରେ ଏକ ଟ୍ୟୁମର ବୃଦ୍ଧି ହେଉଥିବାରୁ ସେ ଗତ ୨୩ ତାରିଖରେ ବୁର୍ଲା ଭିମସାରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ଆଖି ବିଭାଗରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ଏବଂ ଅସ୍ତ୍ରୋପଚାର ପରେ ଉକ୍ତ ରୋଗୀଙ୍କୁ ମେଡିସିନ ବିଭାଗକୁ ପ୍ରେରିତ କରି ଦିଆ ଯାଇଥିଲା। ତେବେ ଉକ୍ତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କ ପରିବାର ଲୋକ ତାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଯାଇଥିଲେ। ତେବେ ଆଜି ଉକ୍ତ ରୋଗୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୮ ଟା ୫୦ ମିନିଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଉକ୍ତ ରୋଗୀଜଣକ ଦିର୍ଘଦିନ ହେବ ଏଚ୍ଆଇଭି ରୋଗରେ ଆକ୍ରାନ୍ତ ହୋଇଥିଲେ ବୋଲି ବିଭାଗୀୟ ଡାକ୍ତର ସୂଚନା ଦେଇଛନ୍ତି। ତାଙ୍କ ମୃତ୍ୟୁ ହେବା ପରେ ଶବ ଦିର୍ଘ ୧୨ ଘଣ୍ଟା ରୁ ଊର୍ଦ୍ଧ୍ବ ସମୟ ଶଯ୍ୟାରେ ପଡିରହିଥିଲା। ଶବ ନେବା ପାଇଁ ତାଙ୍କ ପରିବାରର କେହି ନ ଥିବା ବେଳେ ଭିମସାର ତରଫରୁ କୌଣସି ବ୍ୟବସ୍ତା ହୋଇ ନ ଥିଲା। ତେବେ ଦିର୍ଘ ସମୟ ଧରି ବିଭାଗ ମଧ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ମଧ୍ୟରେ ଶବ ପଡିଥିବା କାରଣରୁ ଅସନ୍ତୋଷ ଦେଖା ଦେଇଥିଲା। ଏହାକୁ ନେଇ ଭିମସାର ହସପିଟାଲ ଅଧିକ୍ଷକ ପ୍ରଫେସର ଜୟଶ୍ରୀ ଦୋରାଙ୍କୁ ଯୋଗାଯୋଗ କରାଯିବାରୁ ଏହା ପୁଲିସର କାମ ପୁଲିସ ଶବକୁ ଜବତ କରି ନିଜ ହେପାଜତକୁ ନେବା କଥା ଯଦିଓ ଶବ ଦିର୍ଘସମୟ ହେଲା ପଡିରହିଛି କଣ ହୋଇଛି ତାହା ପଚାରି ବୁଝୁଛି ବୋଲି କହି ନିଜ ମୁଣ୍ଡରୁ ବୋଝ ଖସାଇ ଦେଇଥିଲେ। ଅନ୍ୟପଟେ ପୁଲିସର କହିବା କଥା ହେଲା ଯେହେତୁ ରୋଗରେ ରୋଗୀର ମୃତ୍ୟୁ ଘଟିଛି ତେବେ ମେଡିକାଲ କର୍ତ୍ତୃପକ୍ଷ ନିଜେ ଶବକୁ ନିଜ ଇଚ୍ଛା ଅନୁସାରେ ତାଙ୍କ ପରିବାର ଲୋକଙ୍କୁ ଦେଇପାରିବେ ବୋଲି କହିଛନ୍ତି। କିନ୍ତୁ ସବୁଠାରୁ ବଡ କଥା ହେଲା ଉକ୍ତ ରୋଗୀର ଦେହରେ ଯେହେତୁ ଏଡ଼ସ୍ ରୋଗ ହୋଇଥିଲା ତେବେ ଏଭଳି ଶବକୁ ଦିର୍ଘ ସମୟ ଧରି ଅନ୍ୟ ଚିକିତ୍ସାଧୀନ ରୋଗୀଙ୍କ ମଧ୍ୟରେ ପକାଇ ରଖିବା କେତେଦୁର ନିରାପଦ ବୋଲି ସ୍ତାନିୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏପରି ଘଟଣା ପୁର୍ବରୁ ମଧ୍ୟ ଭିମସାରରେ ଘଟି ସାରିଛି ତଥାପି ଭିମସାର କର୍ତ୍ତୃପକ୍ଷ କୌଣସି ସମାଧାନର ବାଟ ବାହାର କରି ପାରି ନାହାନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories