www.samajalive.in
Saturday, December 13, 2025
26.1 C
Bhubaneswar

୨୨ ବର୍ଷ ପରେ ନିର୍ମାଣ ହେବ ‘ଦିୱାନା ମସ୍ତାନା’ର ସିକ୍ୱେଲ୍‍

ମୁମ୍ବଇ :୧୯୯୭ ମସିହାରେ ମୁକ୍ତିଲାଭ କରିଥିବା ଅନୀଲ କପୁର ଓ ଗୋବିନ୍ଦାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ‘ଦିୱାନା ମସ୍ତାନା’ର ଦ୍ୱିତୀୟ ସଂସ୍କରଣ ନିର୍ମାଣ ହେବାକୁ ଯାଉଛି। ନିଜେ ଅନୀଲ ଓ ଗୋବିନ୍ଦା ଏହି ଘୋଷଣା କରିଛନ୍ତି। ‘ନଚ ବଲିଏ ସିଜନ୍‍-୯’ରେ ଦୁହିଁଙ୍କର ଭେଟ ହୋଇଥିଲା। ସେଠାରେ ଅନୀଲ କହିଥିଲେ, ‘ଗୋବିନ୍ଦା ଓ ମୁଁ ଦୀର୍ଘ ଦିନ ପରେ ଏକାଠି ହୋଇଛୁ। ତେଣୁ ଏହି ଅବସରରେ ଆମେ ଏକ ବିଶେଷ ଘୋଷଣା କରିବାକୁ ଚାହୁଁଛୁ। ଆମେ ଆମ ଚଳଚ୍ଚିତ୍ର ‘ଦିୱାନା ମସ୍ତାନା’ର ସିକ୍ୱେଲ୍‍ ‘ଦିୱାନା ମସ୍ତାନା-୨’ର ଘୋଷଣା କରୁଛୁ। ଖୁବ୍‍ଶୀଘ୍ର ଏହି ଚଳଚ୍ଚିତ୍ର ନିର୍ମାଣ କରାଯିବ’। ଖାସ୍‍ କଥା ହେଉଛି ଏହି ଚଳଚ୍ଚିତ୍ରରେ ଜନ୍‍ ଆବ୍ରାହମ୍‍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ।

ସୂଚନାଯୋଗ୍ୟ, ରବୀନା ଟଣ୍ଡନ୍‍ ଉକ୍ତ ଚଳଚ୍ଚିତ୍ରରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ ଏବଂ ୨୨ ବର୍ଷ ପରେ ନିର୍ମାଣ ହେବାକୁ ଯାଉଥିବା ଏହାର ସିକ୍ୱେଲ୍‍ରେ ମଧ୍ୟ ସେ ନଜର ଆସିବେ ବୋଲି ସୂଚନା ମିଳିଛି। ‘ଦିୱାନା ମସ୍ତାନା’ରେ ଗୋବିନ୍ଦା, ଅନୀଲ କପୁର, ଜୁହୀ ଚାୱଲା ଓ ପ୍ରତିଭା ସିହ୍ନା ପ୍ରମୁଖ କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଏହା ବ୍ୟତୀତ ରବୀନା ଓ ସଲମାନ ଖାନ୍‍ ମଧ୍ୟ ଖୁବ୍‍ କମ୍‍ ସମୟ ପାଇଁ ଏହି ଚଳଚ୍ଚିତ୍ରରେ ନଜର ଆସିଥିଲେ। ଡେଭିଡ଼୍‍ ଧାୱନ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories