www.samajalive.in
Saturday, December 13, 2025
26.1 C
Bhubaneswar

ତ୍ୱଚା ପାଇଁ ରାତିରେ ବ୍ୟବହାର କରନ୍ତୁ ଏହି ଦ୍ରବ୍ୟ, ମିଳିବ ଚମତ୍କାରୀ ଲାଭ

ତ୍ୱଚାର ସୁନ୍ଦରତା ବଜାୟ ରଖିବା ପାଇଁ ସଭିଏଁ ବହୁ ଉପାୟ ଆପଣେଇ ଥାଆନ୍ତି। ଏହାଛଡ଼ା ଅଧିକାଂଶ ସମୟ ଅଭାବ କାରଣରୁ ତ୍ୱଚା ଉପରେ ଅଧିକ ଧ୍ୟାନ ମଧ୍ୟ ଦେଇ ପାରି ନଥାଆନ୍ତି। ମାତ୍ର ଏପରି କେତେକ ଉପାୟ ରହିଛି ଯାହାକୁ ଆପଣେଇ ମୁହଁର ସୁନ୍ଦରତାକୁ ଦ୍ୱିଗୁଣିତ କରି ପାରିବା। ଜାଣନ୍ତୁ….
ନଡ଼ିଆ ତେଲ –
ଯଦି ଆପଣଙ୍କ ତ୍ୱଚା ଅଧିକ ଶୁଷ୍କ ତେଲିଆ ନୁହେଁ ତେବେ ନିୟମିତ ନଡ଼ିଆ ତେଲର ମୁହଁରେ ମାଲିସ କରନ୍ତୁ। ରାତିରେ ଶୋଇବା ସମୟରେ ତୁଳାର ବ୍ୟବହାର କରି ମୁହଁରେ ଲଗାନ୍ତୁ। ସକାଳେ ଆପଣ ନିଜେ ଏହାର ଚମତ୍କାରତା ଅନୁଭବ କରିବେ।
ଗ୍ରୀନ ଟି ପ୍ୟାକ୍‍ –
ପେଷା ହୋଇଥିବା ଗ୍ରୀନ ଟିରେ ଅଳ୍ପ ପାଣି ମିଶାଇ ତୁଳାର ବ୍ୟବହାର କରି ଏହି ପେଷ୍ଟକୁ ରାତି ଯାକ ମୁହଁରେ ଲଗାଇ ରଖନ୍ତୁ। ସକାଳେ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ମୁହଁରେ ଥିବା ବିଭିନ୍ନ ଦାଗକୁ ଦୂର କରିଥାଏ।
ଏଲୋବେରା ଜେଲ୍‍ –
ରାତିରେ ଶୋଇବା ସମୟରେ ମୁହଁକୁ ଭଲ ଭାବେ ଧୋଇ ପୋଛିବା ପରେ ଏଲୋବେରା ଜେଲ୍‍ ଲଗାନ୍ତୁ। ଏହାପରେ ସକାଳେ ମୁହଁ ଧୋଇ ଦିଅନ୍ତୁ। ନିୟମିତ ଏହାକୁ ବ୍ୟବହାର କଲେ ମୁହଁର ସମସ୍ତ ଦାଗ ଦୂର ହେବା ସହ ଗୋରା ଓ ଉଜ୍ଜ୍ୱଳ ହୋଇଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories