www.samajalive.in
Thursday, December 11, 2025
16.1 C
Bhubaneswar

ଛଟ୍ ପୂଜା ସମୟରେ ଦୁଇଟି ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା; ୪ ମୃତ

ପାଟନା: ବିହାରରେ ଛଟ୍ ପୂଜା ସମୟରେ ଦୁଇଟି ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ଦୁଇ ଜଣ ଶିଶୁଙ୍କ ସମେତ ଚାରି ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟର ଔରଙ୍ଗାବାଦରେ ଛଟ୍ ପୂଜା ଘାଟରେ ଦଳଚକଟା ହୋଇ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ସମସ୍ତୀପୁର ଜିଲାରେ ଛଟ୍ ପୂଜା ହେଉଥିବା ନଦୀ ଘାଟ ନିକଟରେ ଥିବା ଏକ ମନ୍ଦିରର କାନ୍ଥ ଭୁଶୁଡି ପଡିଛି। ଏଥିରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ଦୁଇଟି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଦୁଇଟି ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନାଯୋଗ୍ୟ, ବିହାରର ଔରଙ୍ଗାବାଦ ଜିଲାର ସୂର୍ଯ୍ୟକୁଣ୍ଡରେ ଶନିବାର ଛଟ୍ ପୂଜା ସମୟରେ ଘାଟରେ ପ୍ରବଳ ଭିଡ ଯୋଗୁଁ ଲୋକଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା। ଏଥିରେ ଦୁଇ ଜଣ ଶିଶୁଙ୍କ ପ୍ରାଣହାନି ଘଟିଥିଲା। ଏଥିରେ ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ। ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୃତକ ହେଲେ ପାଟନାର ବିହଟାରେ ରହୁଥିବା ଛଅ ବର୍ଷିୟ ଶିଶୁ ଏବଂ ଭୋଜପୁର ୧୮ ବର୍ଷିୟ ଶିଶୁ।

- Advertisement -

ସେହିପରି ଅନ୍ୟ ଏକ ଦୁର୍ଘଟଣା ରାଜ୍ୟର ସମସ୍ତୀପୁର ଜିଲାରେ ରବିବାର ସକାଳେ ଘଟିଛି। ଛଟ୍‌ ପୂଜା ହେଉଥିବା ନଦୀ ଘାଟ ନିକଟରେ ଥିବା ଏକ ମନ୍ଦିରର କାନ୍ଥ ଭୁଶୁଡି ପଡି ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ଏଥିରେ କିଛି ଲୋକ ଆହତ ହୋଇଥିବା ଜଣାପଡିଛି। ଏନେଇ ସୂଚନା ମିଳିବା ପରେ (ଏସଡିଆରଏଫ୍) ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଉଦ୍ଧାର କାର୍ଯ୍ୟ ଏପର୍ଯ୍ୟନ୍ତ ଜାରି ରହିଛି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories