www.samajalive.in
Friday, December 12, 2025
15.1 C
Bhubaneswar

କମ୍ୟୁନିଷ୍ଟ ନେତା ପ୍ରହ୍ଲାଦ ସେଠୀଙ୍କ ପରଲୋକ

କଟକ : ବର୍ଷୀୟାନ କମ୍ୟୁନିଷ୍ଟ ନେତା ପ୍ରହ୍ଲାଦ ସେଠୀ (୯୨)ଙ୍କ ବିଡ଼ାନାସୀସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ଖବର ପାଇ ସିପିଆଇ ରାଜ୍ୟ କମିଟି ସମ୍ପାଦକ ମଣ୍ଡଳୀ ସଭ୍ୟ ପ୍ରଶାନ୍ତ ମିଶ୍ର, ନଗର ସମ୍ପାଦକ ବିନୋଦ ବେହେରା, ଏଆଇଟିୟୁସି ସମ୍ପାଦକ କିଶୋର ଜେନା, ଇପ୍ଟାର ସମ୍ପାଦକ ସୁଶାନ୍ତ ମହାପାତ୍ର, ଏଓବିଇଏର ସମ୍ପାଦକ ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସଂଗ୍ରାମୀ ଫୋରମର ପ୍ରଶାନ୍ତ ଦାସ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେ ରେଭେନ୍ସାରେ ସ୍ନାତ୍ତକ ଶିକ୍ଷା ଶେଷ କରିବା ପରେ ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ। ସ୍କୁଲ ସମୟରୁ ହିଁ କମ୍ୟୁନିଷ୍ଟ ଆଦର୍ଶ ପ୍ରତି ଆକୃଷ୍ଟ ହୋଇଥିଲେ। ରେଭେନ୍ସାରେ ଶିକ୍ଷାଗ୍ରହଣ ଅବସରରେ ୧୯୪୫ରେ ୟୁନିୟନ ଜ୍ୟାକ ପତାକା ଓହ୍ଲାଇ ଜାତୀୟ ପତାକା ଉଡ଼ାଇବା ଆନ୍ଦୋଳନରେ ଭାଗ ନେଇ କାରାବରଣ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories