www.samajalive.in
Wednesday, December 10, 2025
14.1 C
Bhubaneswar

୩୦ ବାଂଲାଦେଶୀ ଗିରଫ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ବେଆଇନ ଭାବେ ରହୁଥିବା ୩୦ ବାଂଲାଦେଶୀଙ୍କୁ କ୍ରାଇମବ୍ରାଞ୍ଚ ଶନିବାର ଗିରଫ କରିଛି। ଏମାନେ ସମସ୍ତେ ବିନା ଭିଜାରେ ବେଆଇନ ଭାବେ ଦୀର୍ଘଦିନ ଧରି ରହିଆସୁଥିଲେ। ବିଦେଶୀ ଆଇନ ଅନୁସାରେ ସେମାନଙ୍କୁ ଗିରଫ କରାଯାଇଥିବାବେଳେ ସମସ୍ତଙ୍କୁ ନିଜ ଦେଶକୁ ପଠାଇବା ଲାଗି ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ଚଳିତମାସ ଆରମ୍ଭରେ ବି.ଏସ. ୟେଦୁରାପ୍ପାଙ୍କ ନେତୃତ୍ଵାଧୀନ କର୍ଣ୍ଣାଟକ ସରକାର ରାଜ୍ୟରେ ଜାତୀୟ ନାଗରିକ ପଞ୍ଜୀକରଣ(ଏନଆରସି) ଲାଗୁ କରିବା ସହିତ ରାଜ୍ୟରେ ବେଆଇନ ଭାବେ ରହୁଥିବା ବିଦେଶୀଙ୍କୁ ଚିହ୍ନଟ କରିବା ଲାଗି ନିର୍ଦେଶ ଦେଇଥିଲା। ତେବେ ବିଜେପିର ବରିଷ୍ଠ ନେତା ଗଣେଶ କାର୍ଣ୍ଣିକ ରାଜ୍ୟରେ ଡିଟେନ୍‌ସନ ସେଣ୍ଟରରେ ଏହି ବାଂଲାଦେଶୀମାନଙ୍କୁ ରଖିବା ଲାଗି ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି, ନିୟମ ଅନୁସାରେ ପୁଲିସ ଦେଶାନ୍ତରବାସୀଙ୍କୁ ଗିରଫ କରିପାରିବ ନାହିଁ। ସେମାନଙ୍କୁ ନିଜ ନିଜ ଦେଶକୁ ପଠାଇଦେବା ଦରକାର। କିନ୍ତୁ କୌଣସି ଦେଶ ସେମାନଙ୍କୁ ଗ୍ରହଣ କରିବେ ନାହିଁ। ତେଣୁ ସେମାନଙ୍କୁ ଡିଟେନ୍‌ସନ ସେଣ୍ଟରରେ ରଖାଯିବା ଦରକାର।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories