www.samajalive.in
Sunday, December 7, 2025
23.1 C
Bhubaneswar

ମୁସଲମାନ୍‍ ଡେଲିଭରୀ ବୟଙ୍କ ହାତରୁ ଖାଦ୍ୟ ନେବାକୁ ମନାକଲେ ଉପଭୋକ୍ତା: ମାମଲା ରୁଜୁୁ

ହାଇଦ୍ରାବାଦ : ହାଇଦ୍ରାବାଦରେ ଡେଲିଭରୀ ବୟଙ୍କୁ ତାଙ୍କ ଧର୍ମ ପଚାରିବା ଓ ମୁସଲମାନ ହୋଇଥିବାରୁ ଖାଦ୍ୟ ଗ୍ରହଣ କରିବାକୁ ମନା କରିବା ଅଭିଯୋଗରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମୁସଲମାନ ହୋଇଥିବାରୁ ତାଙ୍କ ହାତରୁ ଖାଦ୍ୟ ଗ୍ରହଣ କରିବାକୁ ମନା କରିବାରୁ ଅଜୟ କୁମାର ନାମକ ବ୍ୟକ୍ତିଙ୍କ ନାଁରେ ଖାଦ୍ୟ ଡେଲିଭରୀ କମ୍ପାନୀ ସ୍ୱିଗୀର କର୍ମଚାରୀ ମୁଦସିର୍‍ ଥାନାରେ ଅଭିଯୋଗ କରିଛନ୍ତି। ହାଇଦ୍ରାବାଦ ପୁଲିସ ମାମଲା ରୁଜୁ କରି ଯାଞ୍ଚ ଜାରି ରଖିଛି।

ସୂଚନା ଅନୁସାରେ, ଅଜୟ ସ୍ୱିଗୀ ଜରିଆରେ ଅନ୍‍ଲାଇନ୍‍ ଖାଦ୍ୟ ମଗାଇଥିଲେ। ଏହାପରେ ମୁଦସିର୍‍ ଖାଦ୍ୟ ଦେବାକୁ ପହଞ୍ଚିବା ପରେ ଅଜୟ ତାଙ୍କୁ ତାଙ୍କ ଧର୍ମ ପଚାରିଥିଲେ। ଏହାପରେ ସେ ତାଙ୍କ ନାମ ମୁଦସିର୍‍ ସୁଲେମାନ୍‍ କହିବା ପରେ ଅଜୟ ଖାଦ୍ୟ ଗ୍ରହଣ କରିବାକୁ ମନା କରି ଦେଇଥିଲେ। ଏହାସହିତ ଖାଦ୍ୟ ଫେରାଇ ନେବାକୁ ମଧ୍ୟ କହିଥିଲେ। ଏହାପରେ ମୁଦସିର୍‍ ଥାନାରେ ଅଭିଯୋଗ କରିବା ସହ ମୁସଲମାନ ସଙ୍ଗଠନ ‘ମଜଲିସ୍‍ ବଚାଓ ତହରୀକ୍‍’ର ଅଧ୍ୟକ୍ଷ ଅମଜଦ୍‍ ଉଲ୍ଲା ଖାନ୍‍ଙ୍କୁ ମଧ୍ୟ ଏ ବିଷୟରେ ଜଣାଇଥିଲେ। ଅମଜଦ୍‍ ଏହାକୁ ନିଜ ଟ୍ୱିଟର୍‍ ଆକାଉଣ୍ଟରେ ଶେୟାର କରିବା ପରେ ଘଟଣା ସର୍ବ ସମ୍ମୁଖକୁ ଆସିଥିଲା।

- Advertisement -

ଏହି ଘଟଣାକୁ ନେଇ ସ୍ୱିଗୀ ପକ୍ଷରୁ ପ୍ରତିକ୍ରିୟାରେ କୁହାଯାଇଛି ଯେ, ଆମେ ସମସ୍ତ ପ୍ରକାର ବିଚାରର ସମ୍ମାନ କରୁଛୁ। ସମସ୍ତ ଅର୍ଡର ଠିକ୍‍ ସମୟରେ ଆମ ଡେଲିଭରୀ ବୟଙ୍କ ମାଧ୍ୟମରେ ଆମେ ଉପଭୋକ୍ତାଙ୍କ ନିକଟରେ ପହଞ୍ଚାଇଥାଉ। ଅର୍ଡର କୌଣସି ବ୍ୟକ୍ତିଙ୍କ ପ୍ରାଥମିକତା ଆଧାରରେ ଦିଆଯାଏ ନାହିଁ। ଆମେ ଏକ ସଙ୍ଗଠନ ଭାବେ ଆମ ଡେଲିଭରୀ ବୟ ଏବଂ ଉପଭୋକ୍ତାଙ୍କ ମଧ୍ୟରେ କୌଣସି ଆଧାରରେ ଭେଦଭାବ କରୁନା।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories