ଦିଶା ପଟାନୀଙ୍କ ହାତରେ ଲାଗିଛି ଲଟେରୀ

0

’ବାଗୀ-୨’ର ସଫଳତା ପରେପରେ ବଲିଉଡ଼୍‍ ଅଭିନେତ୍ରୀ ଦିଶା ପଟାନୀଙ୍କ ହାତରେ ଲାଗିଛି ଏକ ଲଟେରୀ। ଖବର ଅନୁସାରେ ତାଙ୍କୁ ସଲମନ୍‍ ଖାନ ଓ ପ୍ରିୟଙ୍କା ଚୋପ୍ରା ଅଭିନୀତ ‘ଭାରତ’ ଚଳଚ୍ଚିତ୍ରରେ ଏକ ଚରିତ୍ର ପାଇଁ ମନୋନୟନ କରାଯାଇଛି। ଯଦି ଖବର ସତ ହୁଏ ତେବେ ଦିଶା ପଟାନୀଙ୍କ ପାଇଁ ଏହା ହେବ ସୁବର୍ଣ୍ଣ ସୁଯୋଗ। କାହିକିଁ ନା ହିନ୍ଦୀ ଚଳଚ୍ଚିତ୍ର ଜଗତରେ ସଲମାନ ଖାନଙ୍କ ସହ କାମ କରିବା ନାୟିକା ମାନଙ୍କ ପାଇଁ ସଫଳତାର ମନ୍ତ୍ର ସାଜିଛି। ଦିଶାଙ୍କୁ ଯେଉଁ ଚରିତ୍ର ପାଇ ମନୋନୟନ କରାଯିବାର ଖବର ଆସୁଛି । ସେଥିପାଇ ପୂର୍ବରୁ ଶ୍ରଦ୍ଧା କାପୁର ଙ୍କ ନାମ ବି ଚର୍ଚ୍ଚାରେ ଥିଲା। ଦୁଇ ଜଣଙ୍କ ମଧ୍ୟରୁ କେଉଁ ନାୟିକାଙ୍କ ନାମ ଚୂଡ଼ାନ୍ତ କରାଯାଇଛି ଏହାର କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ।

Leave A Reply