www.samajalive.in
Monday, December 8, 2025
24.1 C
Bhubaneswar

ରାସ୍ତା କଡରେ ମଳତ୍ୟାଗ ବନ୍ଦ ପାଇଁ ଦାବି କଲେ ନୂଆଁପାଲି ଯୁବକ ସଂଘ

ବିନିକା:ପରିମଳ ବ୍ୟବସ୍ଥାର ସୁଧାର ପାଇଁ ବ୍ୟାପକ ଜନସଚେତନତା ସତ୍ତ୍ବେ ମଧ୍ୟ ରାସ୍ତା କଡ ଗୁଡିକରେ ମଳତ୍ୟାଗ କରିବା ଏକ ନିନ୍ଦନୀୟ ଘଟଣା ବୋଲି ଏହାକୁ ବନ୍ଦ କରିବା ଦାବିରେ ବିନିକା ପୌରାଞ୍ଚଳ ଅନ୍ତର୍ଗତ ନୂଆଁପାଲି ଗ୍ରାମର ଯୁବକ ସଂଘ ଏହାର ପ୍ରତିବାଦରେ ଆଗେଇ ଆସିଛି। ମଙ୍ଗଳବାର ଯୁବକ ସଂଘର କର୍ମକର୍ତ୍ତା ମାନେ ରାସ୍ତା କଡରେ ମଳତ୍ୟାଗ ବନ୍ଦ କରିବା ପାଇଁ ବିନିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଖିରାମ ନାଏକ ଓ ଥାନା ଭାରପ୍ରାପ୍ତ ଅଧିକାରୀ କୁଶ ପାଣିଗ୍ରାହୀଙ୍କୁ ୨ଟି ପୃଥକ୍‍ ପୃଥକ୍‍ ଭାବରେ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଲା ଯେ, ନୂଆଁପାଲିରୁ ଶିଶୁ ମନ୍ଦିର ସ୍କୁଲ ଛକ ଦେଇ ବିନିକା ସହରକୁ ଆସିଥିବା ରାସ୍ତା କଡରେ ପ୍ରତ୍ୟେକ ଦିନ ଲୋକେ ମଳତ୍ୟାଗ କରୁଛନ୍ତି। ଫଳରେ ସମ୍ପୂର୍ଣ୍ଣ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଥିବା ବେଳେ ଯିବାଆସିବାରେ ଦୁର୍ଘନ୍ଧରେ ନାକ ଫାଟି ଯାଉଛି। ଏପରିକି ରାସ୍ତାରେ ମହିଳା ଓ ଛାତ୍ରୀମାନେ ଯାଆସ କରୁଥିଲେ ମଧ୍ୟ ସେହି ସମୟରେ ଝାଡା ଫେରୁଥିବା ଲୋକେ ନିର୍ଲଜ ଅବସ୍ଥାରେ ମୁହଁ ମୋଡି ବସି ରହୁଛନ୍ତି। କିନ୍ତୁ ଏହି ରାସ୍ତାରେ ନୂଆଁପାଲି ସମେତ ଜବଦା, ଜଗଦଲପୁର, ଚରଦା, ଶଙ୍କରା, ମୁଣ୍ଡାପଡା ପ୍ରଭୃତି ଗ୍ରାମରୁ ବିନିକା ସହରକୁ ଆସୁଥିବା ବେଳେ ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ଶତାଧିକ ଯାନବାହାନ ଯିବାଆସିବା କରୁଛି। ତେବେ ଏହି ଦୂରାବସ୍ତାକୁ ବନ୍ଦ କରିବା ପାଇଁ ଯୁବକ ସଂଘର ସଭାପତି ଦୀପକ ବେହେରାଙ୍କ ନେତୃତ୍ୱରେ ଉପସଭାପତି ସୋମନାଥ ଭୁଏ, ସହ ସମ୍ପାଦକ ପ୍ରଦୀପ ଖଣ୍ଡାୟତ, ଉପଦେଷ୍ଟା କମିଟୀର ସୁଧିର ଭୁଏ, ମୁକେଶ ବଗର୍ତ୍ତୀଙ୍କ ସମେତ ଜଗନ୍ନାଥ ଭୁଏ, ଅନନ୍ତ ଭୁଏ, ସରୋଜ ଖଣ୍ଡାୟତ, ବିଦ୍ୟାଧର ବାହୁକ, ଶ୍ରୀନିବାସ ଖମାରୀ, ଜିତେନ୍ଦ୍ର ନାଏକ, ପିତବାସ ଭୁଏ, ଗଦାଧର ବାହୁକ, ଯଦୁମଣୀ ଭୁଏ, ଜିତୁ ଭୁଏ, ସଙ୍ଗୀତ ବାଗ ପ୍ରମୁଖ ଲିଖିତ ଦାବି ଜଣାଇଛନ୍ତି। ଦାବିପତ୍ର ଗ୍ରହଣ ପରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନାଏକ ସମସ୍ୟା ସମ୍ପର୍କରେ ଯଥାଶିଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories