www.samajalive.in
Sunday, December 7, 2025
14.1 C
Bhubaneswar

ପଞ୍ଚାୟତ ଦୁର୍ନୀତି ଅଭିଯୋଗରେ ଜିଲାପାଳଙ୍କୁ ଘେରିଲେ ମହିଳା

ଧାମରା: ଧାମରା ପଞ୍ଚାୟତ ଦିନକୁ ଦିନ ଦୁର୍ନୀତିରେ ବୁଡି ରହିଥିବା ବେଳେ ଗରିବ ଖଟିଖିଆ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ବିଜୁ କୁଡିଆ,ବାର୍ଦ୍ଧକ୍ୟ ଭତ୍ତା ତଥା ଅନ୍ୟାନ୍ୟ କାର୍ୟ୍ୟରେ ଉପେକ୍ଷା କରାଯାଉଛି ବୋଲି ଅଭିଯୋଗ କରି ମଙ୍ଗଳବାର ଶତାଧିକ ମହିଳା ,ବୃଦ୍ଧା ଏବଂ ବୃଦ୍ଧ ମାନେ ଜିଲାପାଳଙ୍କୁ ଘେରି ଏକ ଦାବୀ ପତ୍ର ଦେଇଛନ୍ତି। ଘଟଣାରୁ ପ୍ରକାଶ ମଙ୍ଗଳବାର ଜିଲାପାଳ ଜ୍ଞାନରଞ୍ଜନ ଦାସ ଅଫରାହ୍ଣ ୩ଟା ସମୟରେ ଧାମରା ଆରଆଇ ଅଫିସକୁ ତଦାରଖ କରିବାକୁ ଆସିଥିଲେ। ଏହି ଖବର ପାଇବା ପରେ ଚାନ୍ଦବାଲି ବ୍ଲକ କଂଗ୍ରେସର ଦିଗମ୍ବର ଦାସ,ଧାମରା ପଂଚାୟତର ମେଘା ମାଝୀଙ୍କ ନେତୃତ୍ୱରେ ମହିଳା ମାନେ ଆସି ଜିଲାପାଳଙ୍କ ଗାଡି ଆଗରେ ଠିଆ ହୋଇ ଧାମରା ପଞ୍ଚାୟତରେ ଚାଲିଥିବା ଅନିୟମିତା ବିରୁଦ୍ଧରେ ସ୍ୱର ଉଠାଇଥିଲେ। ଦୀର୍ଘ ଦିନ ହେବ ଧାମରା ଗ୍ରାମ ଏବଂ ବଜାରକୁ ପାନୀୟ ଜଳ ଯୋଗାଣ ଏକ ଶୌଚାଳୟ ନିର୍ମାଣ ଏବଂ ଷ୍ଟ୍ରିଟ ଲାଇଟ ଲଗାଇବାରେ ବ୍ୟାପକ ଅନିୟମିତତା ବିରୁଦ୍ଧରେ କହିବା ସହ ଧାମରା ପଞ୍ଚାୟତ ସମିତିସଭ୍ୟା ତଥା ପଞ୍ଚାୟତସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ନିଜ ଘର ଆଗରେ ଫ୍ଲଡ ଲାଇଟ ଲଗାଉଥିବା ବେଳେ ଧାମରାକୁ ଜାଣିଶୁଣି ଉପେକ୍ଷା କରୁଛନ୍ତି ବୋଲି ମଧ୍ୟ ଅଭିଯୋଗ ଆଣିଥିଲେ। ଦୀର୍ଘ ୫ବର୍ଷ ହେବ ଧାମରାରେ ଏକ ଅତିରିକ୍ତ ତହସିଲଦାର ଅଫିସ ଖୋଲାଯାଇଥିବା ବେଳେ ସେଠାରେ ଜଣେ ଅତିରିକ୍ତ ତହସିଲଦାରଙ୍କୁ ସପ୍ତାହରେ ୩ଦିନ ଆସିବା ପାଇଁ ଦିଗମ୍ବର ଦାସ ଦାବୀ ରଖିଥିବା ବେଳେ ଆସନ୍ତା ସପ୍ତାହରେ ଏହା କାର୍ୟ୍ୟକାରୀ କରାଯିବ ବୋଲି ଜିଲାପାଳ କହିଥିଲେ। ଧାମରା ବନ୍ଦର କର୍ତୁପକ୍ଷ ଯଥା ଉପାଧ୍ୟକ୍ଷ ଜଗତ ପରିଜା ନିଜ ମନ ମାନିରେ ଧାମରା ଉପାନ୍ତ ଅଞ୍ଚଳକୁ ଲକ୍ଷ୍ୟ ଦେଉ ନଥିବା ବେଳେ ନିଜର ସିଏସଆର କାର୍ୟ୍ୟକ୍ରମରେ କଣ ପାଇଁ ଧାମରା ପଂଚାୟତକୁ ସାମିଲ କରୁ ନାହାନ୍ତି ବୋଲି ମଧ୍ୟ ଦାବୀ ଉତଥାପନ ହୋଇଥିଲା। ଆଗାମୀ ଦିନରେ ଧାମରା ,ବାଂଶଡା,ଦୋସିଙ୍ଗା,କଇଥଖୋଲାକୁ ପୋଷ୍ୟ ପଞ୍ଚାୟତ ଭାବରେ ଧାମରା ବନ୍ଦର କମ୍ପାନୀ ଗ୍ରହଣ କରିବାକୁ ଅଞ୍ଚଳବାସୀ ନିବେଦନ କରିଥିଲେ ଏଥିସହ ବାଂଶଡା ଠାରେ ମନ୍ତେଇ ନଦୀ ଉପରେ ଅଧାରୁ ଅଟକିଥିବା ପୋଲ କାମକୁ ଧାମରା ବନ୍ଦର କମ୍ପାନୀ ଶେଷ କରିବାକୁ ମଧ୍ୟ ଦାବୀ ହୋଇଥିଲା। ଆଗାମୀ ସପ୍ତାହରେ ଏହି ସମସ୍ତ ଦାବୀ ବନ୍ଦର କର୍ତୁପକ୍ଷ ନମାନିଲେ ବାଂଶଡା ଠାରେ ରେଳରୋକ ହେବ ବୋଲି ଦିଗମ୍ବର ଦାସ ଚେତାବନୀ ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories