www.samajalive.in
Saturday, December 6, 2025
26.1 C
Bhubaneswar

ଦୂରହେବ କଳିଙ୍ଗନଗର ମୈଥାନ ଇସ୍ପାତ କାରଖାନାର ଅଚଳାବସ୍ଥା

ଯାଜପୁର : ଯାଜପୁର କଳିଙ୍ଗନଗର ମୈଥାନ ଇସ୍ପାତ କାରଖାନାରେ ଲାଗି ରହିଥିବା ଅଚଳାବସ୍ଥା ଦୂର ହେବ । ବିଗତ କିଛି ମାସ ଧରି କାରଖାନା ର ଶ୍ରମିକ ଓ କର୍ମଚାରୀ ଦରମା ନ ପାଇ ଆନ୍ଦୋଳନ କରିବା ଫଳରେ କାରଖାନା ସଂପୁର୍ଣ୍ଣ ବନ୍ଦ ହୋଇପଡିଥିଲା । ଜିଲା ପ୍ରଶାସନର ହସ୍ତକ୍ଷେପ ଫଳରେ ଏଭଳି ଅଚଳାବସ୍ଥା ଦୂର ହେବାକୁ ଯାଉଛି । ମଙ୍ଗଳବାର ଜିଲାପାଳ ରଂଜନ କୁମାର ଦାସଙ୍କ କାର୍ୟ୍ୟାଳୟ ପରିସରରେ କାରଖାନା କର୍ତୁପକ୍ଷ,ଶ୍ରମିକ ସଂଗଠନ କଳିଙ୍ଗନଗର ମଜଦୁର ୟୁନିଅନ ଏବଂ ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଥିଲା । ଏଥିରେ ମୁଖ୍ୟତଃ ଶ୍ରମିକ ମାନଙ୍କ ବକେୟା ପାଉଣା ଏବଂ ବୋନସ ସଂକ୍ରାନ୍ତରେ ଉଚ୍ଚସ୍ତରୀୟ ଆଲୋଚନା କରାଯାଇଥିଲା । ଶ୍ରମିକ ୟୁନିଅନ ପକ୍ଷରୁ ପୂର୍ବତମ ମନ୍ତ୍ରୀ ପ୍ରପୁଂଲ୍ଲ ଚନ୍ଦ୍ର ଘଡେଇ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ।

ତୁରନ୍ତ ଶ୍ରମିକ ମାନଙ୍କର ବକେୟା ପାଉଣା ପ୍ରଦାନ ପାଇଁ ଦାବି କରିଥିଲେ । କାରଖାନା ପକ୍ଷରୁ ନିର୍ଦ୍ଧେଶକ ସିପ୍ରା ସିଂ ଶ୍ରମିକ ମାନଙ୍କ ବକେୟା ପାଉଣା କିସ୍ତି ଆକାରରେ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । କାରଖାନା ଭଲ ସ୍ଥିତିକୁ ଆସିବା ପରେ ଶ୍ରମିକ ମାନଙ୍କର ସମସ୍ତ ଦାବି ପୁରଣ କରାଯିବ ବୋଲି ନିର୍ଦ୍ଧେଶକ କହିଥିଲେ । ଏହି ଆଲୋଚନାରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ ମିଶ୍ର ସାମିଲ ହୋଇଥିଲେ । ପୂର୍ବରୁ ଶ୍ରମିକ ମାନଙ୍କର ସମସ୍ୟା ନେଇ ମଜଦୁର ୟୁନିଅନ କାରଖାନା ନିକଟରେ ରାସ୍ତାରୋକ କରିଥିଲା ଓ ପ୍ରଶାସନ ପକ୍ଷରୁ ଶ୍ରମିକ ମାନଙ୍କର ସମସ୍ୟା ସମାଧାନ ନେଇ ପ୍ରତିଶୃତି ଦିଆଯାଇଥିଲା ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories