www.samajalive.in
Sunday, December 7, 2025
18.1 C
Bhubaneswar

ଜଙ୍ଗଲ ଜମିରେ ବେଆଇନ ଭାବେ ନିର୍ମାଣ ହୋଇଛି ରୂପେଶ ଭଦ୍ରାଙ୍କ ଗେଷ୍ଟ ହାଉସ୍: କଂଗ୍ରେସ

ଯାଜପୁର/ଭୁବନେଶ୍ୱର: ଯାଜପୁର ଧର୍ମଶାଳା ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଥିବା ​‌ବେଳେ ମଙ୍ଗଳବାର ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସ୍ମିତାରାଣୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ଗେଷ୍ଟ ହାଉସ୍ ସମ୍ପୂର୍ଣ୍ଣ ଜଙ୍ଗଲ କିସମ ଜମି ଉପରେ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲା କଂଗ୍ରେସ ସଭାପତି ମନୋଜ ରାଉତ ଏହି ଅଭିଯୋଗ ଆଣିଛନ୍ତି। ଏହି ଜମି ଉପରେ ଗେଷ୍ଟ ହାଉସ କିପରି ନିର୍ମାଣ ହେଲା ଏବଂ ଏହା ପଛରେ କାହାର ହାତ ରହିଛି ତାହାର ତଦନ୍ତ କରିବାକୁ ମନୋଜ ରାଉତ ଦାବି କରିଛନ୍ତି। ସେପଟେ ଏହି ଅଭିଯୋଗ ସଂପର୍କରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜିଲାପାଳ ଏହାର ତଦନ୍ତ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଆସିବା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ସ୍ମିତାରାଣୀଙ୍କ ମୃତ୍ୟୁର ୭ ଦିନ ପରେ ସ୍ବାମୀ ସୁଶିଳ କୁମାର ବିଶ୍ୱାଳ ପ୍ରଥମ ଥର ପାଇଁ ଆଜି ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପିଏମ୍‌ଏୱାଇ (PMAY) ଓ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ବେଆଇନ କାମ କରିବାକୁ ତାଙ୍କ ଉପରେ ଚାପ ପକାଯାଉଥିଲା। ସରପଞ୍ଚ ଏବଂ ତାଙ୍କ ସ୍ୱାମୀ ବେଆଇନ କାମ କରିବା ପାଇଁ ସ୍ମିତାରାଣୀଙ୍କୁ ବାଧ୍ୟ କରୁଥିଲେ। ସ୍ମିତାରାଣୀ ସେମାନଙ୍କ କଥା ନ ମାନିବାରୁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସୁଶିଳ ଅଭିଯୋଗ କରିଛନ୍ତି। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସହ ସ୍ମିତାରାଣୀଙ୍କ ସ୍ବାମୀ ସୁଶିଳ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି।

- Advertisement -

ସେହିପରି ଏହି ମାମଲାରେ ନ୍ୟାୟ ପ୍ରଦାନ ଦାବିରେ ମଙ୍ଗଳବାର ଧର୍ମଶାଳା ବ୍ଲକ ନିଖିଳ ଉତ୍କଳ ଗ୍ରାମ ପଞ୍ଚାୟତ କାର୍ୟ୍ୟନିର୍ବାହୀ ସଂଘ ଓ ଗ୍ରାମସେବକ ସଂଘ ପକ୍ଷରୁ କଲମଛାଡ ଆନ୍ଦୋଳନ କରାଯାଇଥିଲା। ବ୍ଲକ କାର୍ଯ୍ୟାଳୟ ଆଗରେ କର୍ମଚାରୀମାନେ ଧାରଣାରେ ବସିଥିଲେ। ସ୍ମିତାରାଣୀଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ ସହ ତାଙ୍କ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଥିଲା। ଏନେଇ ଆସନ୍ତାକାଲି ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories