www.samajalive.in
Monday, December 8, 2025
13.1 C
Bhubaneswar

ବିଧାୟକଙ୍କ ଉପସ୍ଥିତିରେ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲେ ସମର୍ଥକ

ଖୁଣ୍ଟା:ଖୁଣ୍ଟା ବ୍ଲକରେ ବିଭିନ୍ନ ଅନିୟମିତତା ଅଭିଯୋଗ କରି ଶନିବାର ମଧ୍ୟାହ୍ନରେ ବିଜେପି ବିଧାୟକ ପ୍ରକାଶ ସୋରେନ ଓ ତାଙ୍କ ସମର୍ଥକ ମାନେ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ବିଡିଓ ଦେବଦ ପଣ୍ଡା ଛୁଟିରେ ଥିବା ବେଳେ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ବାହାରକୁ କାଢି ଦିଆଯାଇ ତାଲା ପକାଯାଇଥିଲା। ବାରିପଦା ବିଧାୟକ ଶ୍ରୀ ସୋରେନଙ୍କ ଉପସ୍ଥିରେ ଏହି ଘଟଣା ଘଟିଥିବା ବେଳେ ଦିନ ୧୨ଟାରୁ ୫ଟା ପର୍ଯ୍ୟନ୍ତ ତାଲା ପଡି ରହିବାରୁ ବ୍ଲକର ସମସ୍ତ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଖୁଣ୍ଟା ଆଇଆଇସି ନବକୃଷ୍ଣ ନାଏକ ପହଞ୍ଚି ଥିଲେ। ଅପରାହ୍ନରେ କପ୍ତିପଦା ଉପଜିଲାପାଳ ଭଗବାନ ବେହେରା, ଉପଖଣ୍ଡ ପୁଲିସ ଅଧିକାରୀ ସ୍ୱପ୍ନରଞ୍ଜନ ମହାପାତ୍ର, ଖୁଣ୍ଟା ତହସିଲଦାର ପ୍ରିୟଦର୍ଶିନୀ ମଲ୍ଲିକ ପହଞ୍ଚି ଥିଲେ। ଏହି ଅବସରରେ ଆନ୍ଦୋଳନକାରୀ ମାନେ ବିଡିଓଙ୍କ ବଦଳି ଦାବି କରିଥିଲେ। ବିଡିଓ ଛୁଟିରୁ ଫେରିବା ପରେ ଉପଜିଲାପାଳ ଓ ବିଧାୟକଙ୍କ ଉପସ୍ଥିତିରେ ଅଭିଯୋଗ ଗୁଡିକ ଉପରେ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଉପଜିଲାପାଳ ପ୍ରତିଶ୍ରୁତି ଦେବା ପରେ ତାଲା ଫିଟାଇ ଦିଆଯାଇଥିଲା।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories