www.samajalive.in
Sunday, December 7, 2025
14.1 C
Bhubaneswar

ପାକିସ୍ତାନୀ ଝିଅକୁ ସହାୟତାର ହାତ ବଢାଇଲେ ଗମ୍ଭୀର : ହୃଦ୍ ଅସ୍ତ୍ରୋପଚାର ପାଇଁ ଡକାଇଲେ ଭାରତ

ନୂଆଦିଲ୍ଲୀ : ଭାରତର ପୂର୍ବତନ କ୍ରିକେଟର ତଥା ଭାରତୀୟ ଜନତା ପାର୍ଟି(ବିଜେପି) ସାଂସଦ ଗୌତମ ଗମ୍ଭୀର ଶନିବାର ଜଣେ ପାକିସ୍ତାନୀ ଝିଅକୁ ସହାୟତାର ହାତ ବଢାଇଛନ୍ତି। ପାକିସ୍ତାନର ଝିଅ ଓମେମା ଅଲି(୬ବର୍ଷ) ହୃଦ ରୋଗରେ ପୀଡ଼ିତ ଅଛନ୍ତି। ଯାହାଫଳରେ ତାଙ୍କୁ ହୃଦ୍ ଅସ୍ତ୍ରୋପଚାର(ହାର୍ଟ ଅପରେସନ)ର ଆବଶ୍ୟକତା ପଡୁଛି। ଏନେଇ ଗମ୍ଭୀର ଜାଣିବାପରେ ଓମେମାଙ୍କୁ ଭାରତ ଡାକି ତାଙ୍କର ଅତ୍ସୋପଚାର କରାଇବା ପାଇଁ ପ୍ରୟାସ କରିଛନ୍ତି। ତେଣୁ ଓମେମା ଓ ତାଙ୍କ ପରିବାର ଭାରତ ଆସି ଚିକିତ୍ସା କରାଇବା ନିମନ୍ତେ ସେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଭିସା ପ୍ରଦାନ କରିବା ପାଇଁ ପତ୍ର ଲେଖିଥିଲେ। ଗୌତମଙ୍କ ପତ୍ର ପାଇ ଜୟଶଙ୍କର ଏନେଇ ଇସଲାମାବାଦରେ ଥିବା ଭାରତୀୟ ହାଇ କମିସନଙ୍କୁ ଜଣାଇଥିଲେ। ଯାହାଫଳରେ ଭାରତୀୟ ହାଇ କମିସନ ତାଙ୍କୁ ଭିସା ପ୍ରଦାନ କରିଥିବା ଜଣାପଡିଛି। ଏନେଇ ଗମ୍ଭୀର ଟ୍ବିଟକରି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories