www.samajalive.in
Monday, December 8, 2025
13.1 C
Bhubaneswar

ଏଣିକି ସହଜରେ ମିଳିବ ଆମ୍ବୁଲାନ୍ସ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଅଧ୍ୟକ୍ଷତରା ଲୋକସେବା ଭବନ ଠାରେ ଶନିବାର ସନ୍ଧ୍ୟାରେ ଏକ ଉଚ୍ଚସ୍ତାରୀୟ ବୈଠକ ବସିଥିଲା । ଏହି ବୈଠକରେ ଆମ୍ବୁଲାନ୍ସ ସେବାକୁ ନେଇ ବଡ଼ ନିଷ୍ପତ୍ତି ହୋଇଛି । ଯେଉଁଥିରେ ଲୋକମାନେ କିପରି ସହଜରେ ଆମ୍ବୁଲାନ୍ସ ସେବା ପାଇପାରିବେ ସେ ନେଇ ଆଲୋଚନା ହୋଇଛି।

ସମସ୍ତ ସରକାରୀ ଓ ଘରୋଇ ଆମ୍ବୁଲାନ୍ସ ଏଣିକି ଗେଟିଏ କଲ ସେଣ୍ଟରରୁ ପରିଚାଳିତ କରାଯିବା ଦୁର୍ଘଟଣାରେ ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବ। ସମସ୍ତ ଆମ୍ବୁଲାନ୍ସରେ ‘ଜି.ପି.ଏସ୍‌.ଟ୍ରାକିଂ’ ମେସିନ୍‌ ଲଗାଇବା ସହ ଗୋଟିଏ ଅନ୍‌ଲାଇନ୍‌ ମନିଟରିଂ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିବା ପାଇଁ ବୈଠକରେ ସ୍ଥିର ହୋଇଛି। ଦୁର୍ଘଟଣାର ପ୍ରଥମ ୪୮ଘଣ୍ଟା ମାଗଣା ଚିକିତ୍ସା ଦେବା ସହ ଉତ୍କୃଷ୍ଟ ସେବା ଯୋଗାଇବାକୁ ସରକାରୀ ଓ ଘରେୋଇ ହସ୍ପିଟାଲମାନକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

- Advertisement -

ସୂଚାନା ଅନୁଯାୟୀ, ବର୍ତ୍ତମାନ ରାଜ୍ୟରେ ୫୧୨ଟି ୧୦୮ ଆମ୍ବୁଲାନ୍ସ ଏବଂ ୧୯ଟି ଅଗ୍ନିଶ୍ରମ ଆମ୍ବୁଲାନ୍ସ ଜୁରୁରୀକାଳୀନ ସେବା ଯୋଗାଉଛନ୍ତି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ପ୍ରତି ୫୦କି.ମି ରାସ୍ତା ପାଇଁ ଗୋଟିଏ ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି। ଆବଶ୍ୟକସ୍ଥଳେ ପୁଲିସ ପଇଁତରା ଗାଡ଼ି ଏବଂ ଅଗ୍ନିଶମ ସେବା ସଂସ୍ଥା ଗାଡ଼ି ମଧ୍ୟ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଜରୁରୀକାଳୀନ ସେବା ଯୋଗାଉଛନ୍ତି। ଏହାଛଡା ରାଜ୍ୟରେ ପ୍ରାୟ ୧୫୬୨ଟି ଘରୋଇ ଆମ୍ବୁଲାନ୍ସ କାର୍ଯ୍ୟ କରୁଛି।

 

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories