www.samajalive.in
Sunday, December 14, 2025
16.1 C
Bhubaneswar

ଅଧ୍ୟାପକଙ୍କ ବଦଳିକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଲେ ଜିଏମ୍ କଲେଜ ଛାତ୍ରଛାତ୍ରୀ

ସମ୍ବଲପୁର: ଆଠ ଜଣ ଅଧ୍ୟାପକଙ୍କ ବଦଳିକୁ ବରୋଧ କରି ଗଙ୍ଗାଧର ମେହେର ଜୁନିୟର କଲେଜରେ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଶହ ଶହ ଛାତ୍ରଛାତ୍ରୀ ସହରର ମୁଖ୍ୟ ପ୍ରବେଶ ପଥ ଜିଏମ୍ ଛକ ନିକଟରେ ଏକତ୍ରିତ ହୋଇ ଶୋଭାଯାତ୍ରା କରିବା ସହ ଧାରଣାରେ ବସିଛନ୍ତି। ଶନିବାର ସକାଳ ୮ଟାରେ ଛାତ୍ରଛାତୀଙ୍କ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ସମୟକ୍ରମେ ଏହା ଉଗ୍ର ରୂପ ଧାରଣ କରିଛି। ସୁରକ୍ଷାକର୍ମୀମାନେ ଆନ୍ଦୋଳନକାରୀଙ୍କ କାର୍ଯ୍ୟକଳାପ ଉପରେ କଡା ନଜର ରଖିଥିଲେ ମଧ୍ୟ ଅଳ୍ପ କିଛି ସମୟ ପାଇଁ ପୁଲିସ ଓ ଛାତ୍ରଛାତ୍ରୀ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଥିଲା। ଏଭଳି ପରିସ୍ଥିତିରେ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । କଲେଜ ଅଧ୍ୟକ୍ଷ ଛୁଟିରେ ଚାଲିଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

- Advertisement -

ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଦ୍ବାରା ରାସ୍ତା ଜାମ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ଜିଏମ୍ ଛକ ସହରର ମୁଖ୍ୟ ପ୍ରବେଶ ପଥ ହୋଇ ଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଛି। ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ୪ ଘଣ୍ଟା ପୁରି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶାସନ ତରଫରୁ କେହି ଅଧିକାରୀ ଧାରଣାସ୍ଥଳରେ ପହଞ୍ଚି ନାହାନ୍ତି।

ସୂଚନାଯୋଗ୍ୟ, ଗଙ୍ଗାଧର ମେହେର ଜୁନିୟର କଲେଜରେ କିଛି ଦିନ ତଳେ ୮ ଜଣ ଅଧ୍ୟାପକଙ୍କୁ ବଦଳ କରାଯାଇଥିଲା। ଗୋଟିଏ ପଟେ ଅଧ୍ୟାପକ ସଂଖ୍ୟା କମ ରହିଥିବା ବେଳେ ଅନ୍ୟପଟରେ ୮ ଜଣ ଅଧ୍ୟାପକଙ୍କୁ ବଦଳି କରାଯିବାକୁ ନେଇ ଛାତ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ନେଇ ଛାତ୍ରଛାତ୍ରୀ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ପରେ ଏନେଇ କଲେଜ ଛାତ୍ରଛାତ୍ରୀ ଜିଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ସମସ୍ୟାର ସମାଧାନ ବାଟ ନବାହାରିବାରୁ ଶେଷରେ ବାଧ୍ୟ ହୋଇ ଛାତ୍ରଛାତ୍ରୀମାନେ ଆଜି ରାଜରାସ୍ତକୁ ଓହ୍ଲାଇଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories