www.samajalive.in
Friday, December 12, 2025
14.1 C
Bhubaneswar

ବିନମ୍ରତା ଓ ମାନବତା ସମ୍ପର୍କରେ ବର୍ତ୍ତା ଦେଲେ ରାଜ୍ୟପାଳ

ଖୁଣ୍ଟା: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ଧାନଘେରା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଗସ୍ତ କରି ଛାତ୍ରଙ୍କ ସହ ଭାବ ବିନିମୟ କରିଛନ୍ତି। ଶୃଙ୍ଖଳିତ ଜୀବନ ଯାପନ ଏବଂ ବିଦ୍ୟା ଅଧ୍ୟୟନ ପ୍ରତି ଅଧିକ ଧ୍ୟାନ ଦେବାକୁ ଛାତ୍ରମାନଙ୍କୁ ପରାମର୍ଶ ଦେଇଛନ୍ତି। ଭବିଷ୍ୟତରେ ନିଜକୁ ଜଣେ ସୁନାଗରିକ ଭାବେ ଗଢି ତୋଳିବାକୁ ପ୍ରତିଜ୍ଞାବଦ୍ଧ ହେବାକୁ ରାଜ୍ୟପାଳ ଉପଦେଶ ଦେଇଛନ୍ତି।

- Advertisement -

ମୟୁରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜ ଓ ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିଥ ପୁରୁଷତ୍ତମ ଦାସ ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ରାଜ୍ୟପାଳ ବିଦ୍ୟାଳୟର ପିଲାମାନଙ୍କ ସହିତ ବିନମ୍ରତା ଓ ମାନବତା ସମ୍ପର୍କରେ ବର୍ତ୍ତାଳାପ କରିଥିଲେ। ବିଦ୍ୟାଳୟର ପିଲାମାନଙ୍କୁ ୫୦ହଜାର ଟଙ୍କା ଓ ବର୍ତ୍ତାଳାପରେ ସାମିଲ ହୋଇଥିବା ଦୁଇ ଜଣ ପିଲାଙ୍କୁ ୫ହଜାର ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା ରାଶି କରିଛନ୍ତି।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଏକଲବ୍ୟ ବିଦ୍ୟାଳୟଗୁଡିକୁ ପରିଦର୍ଶନ କରି ଛାତ୍ରମାନଙ୍କ ସହ ଭାବ ବିନିମୟ କରୁଛନ୍ତି। ଏହା ସହ ଏକଲବ୍ୟ ବିଦ୍ୟାଳୟଗୁଡିକୁ ଭାରତ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସୁଯୋଗଗୁଡିକ ସଠିକ ବିନିଯୋଗ ହେଉଛି କି ନାହିଁ ତାହା ଅନୁଧ୍ୟାନ କରିବା ତାଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରାଜ୍ୟପାଳ ସମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories