www.samajalive.in
Friday, December 12, 2025
26.1 C
Bhubaneswar

ଉନ୍ନତି ଓ ପ୍ରଗତି ମାଧ୍ୟମରେ ଓଡିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ବିଜେଡିର ଲକ୍ଷ୍ୟ: ପ୍ରତାପ ଜେନା

ନେମାଳ: ଉନ୍ନତି ଓ ପ୍ରଗତି ଜରିଆରେ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ବିଜେଡି ସରକାର ସଦାସର୍ବଦା ଚେଷ୍ଟିତ ବୋଲି ପଞ୍ଚାୟତରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଆଜି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ତଥା ଚିତ୍ରୋତ୍ପଳା ଦୀପାଞ୍ଚଳର ଉନ୍ନୟନ ମୂଳକ କାର୍ୟ୍ୟର ସମୀକ୍ଷା ସହିତ ଉଜ୍ୱଳ ଆଲୋକୀ କରଣର ଶୁଭ ଉଦ୍ଘାିଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନସାଧାରଣଙ୍କୁ ଉଦ୍ବୋଲଧନ ଦେଇ ପ୍ରକାଶ କରିଛନ୍ତି।ନେମାଳ ଥାନା ଅନ୍ତର୍ଗତ ଝାଡେଶ୍ୱରପୁର ପଞ୍ଚାୟତରେ ହଜରା ହଜାର କର୍ମୀ ଯୋଗଦେଇ ମନ୍ତ୍ରୀ ଶ୍ରୀଯୁକ୍ତ ଜେନାଙ୍କୁ ବିଭିନ୍ନ ସ୍ଥାନରେ ଭବ୍ୟ ସଂମ୍ବର୍ଦ୍ଧନା ଦେଇଥିଲେ। ପରେ ମନ୍ତ୍ରୀ ଶ୍ରୀଯୁକ୍ତ ବେହେରା ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟ ଓ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ଦାଉଦପୁର ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟଶ ,ଉଦଘାଟନ କରିବା ସହିତ ବୃକ୍ଷରୋପଣ କରିଥିଲେ। ପ୍ରଥମେ ଖାଲକ ଗଡା, ଆବୁ ଆକବର ସମିତି,ନାହାଳପୁର ନାୟକ ସାହି ,ବାସୁଦେବ ପୀଠ,ହାଇସ୍କୁଲ ପରିସରରେ ନିର୍ମାଣ କରାଯାଇଥିବା ଉଜ୍ୱଳ ଆଲୋକୀ କରଣର ଶୁଭ ଉଦ୍ଘାଳଟନ କରିଥିଲେ।ପରେ ବୋଧଙ୍ଗ ହନୁମାନ ପଡିଆରେ ଏକ ଶିଶୁ ଉଦ୍ୟାନର ଶିଳାନ୍ୟାସ ଦେଇଥିଲେ। ପରେ ହାଇସ୍କୁଲ ଗୋପବନ୍ଧୁଙ୍କ ପ୍ରତିମିର୍ତ୍ତିରେ ମାଲ୍ୟାର୍ପଣ କରି କହିଲେ ଯେ ରାଜ୍ୟର ମହିଳା, ଯୁବଛାତ୍ର, ଆବାଳ ବୃଦ୍ଧବନୀତାଙ୍କ ଉନ୍ନତି ନିମନ୍ତେ ରାଜ୍ୟସରକାର ବ୍ୟାପକ ଯୋଜନା କାର୍ୟ୍ୟକାରୀ କରିଛନ୍ତି। ମାହାଙ୍ଗା ନିର୍ବାଚନମଣ୍ଡଳୀର ସମସ୍ତ ପଞ୍ଚାୟତର ଗମନାଗମନ,ସ୍ୱାସ୍ଥ୍ୟ,ଶିକ୍ଷା ,ଜଳସେଚନ,ମହିଳାଙ୍କ ସାମଗ୍ରିକ ବିକାଶ ନିମନ୍ତେ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବିନିଯୋଗ କରାଯାଇ ବ୍ୟାପକ ଉନ୍ନୟନ ମୁଳକ କାର୍ୟ୍ୟ କରାଯାଇଛି ବୋଲି ସୁଚନାଦେଇଥିବା ବେଳେ ଯୁବଶକ୍ତିର ବିକାଶ ନହେଲେ ରାଜ୍ୟର ଅଗ୍ରଗତି ଅସମ୍ଭବ ବୋଲି ପ୍ରକାଶ କରିବା ସହ ଯୁବସମାଜକୁ ଆତ୍ମ ନିର୍ଭରଶୀଳ ଓ ନିଯୁକ୍ତି ପ୍ରଦାନ ନିମନ୍ତେ ବହୁ ପଦକ୍ଷେପ ଗ୍ରହଣ କରାଯାଇଥିବାର ପ୍ରକାଶ କରିଥିଲେ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories