www.samajalive.in
Saturday, December 13, 2025
26.1 C
Bhubaneswar

କୁନ୍ଦୁଲି ପୀଡିତାଙ୍କର ଜନ ଶୁଣଣୀ କରିଥିବା ବ୍ୟକ୍ତି ବିରୋଧରେ ରୁଜୁ ମାମଲାକୁ ଏସ୍‌ଆଇଟି ତଦନ୍ତ ପରସର ଭୁକ୍ତ କରିବାକୁ ଦାବି

ଭୁବନେଶ୍ୱର: କୁନ୍ଦୁଲି ପୀଡିତାଙ୍କର ସର୍ବ ସମ୍ମୁଖରେ ଜନ ଶୁଣାଣୀ  କରିବା ସହ , ତାଙ୍କର ନାମ ଓ ଫଟୋକୁ  ବିଭିନ୍ନ ସୋସିଆଲ ମିଡିଆରେ  ପ୍ରଚାରିତ କରିଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଷ୍ଟେଟ ପୋଗ୍ରେସିଭ ଓ୍ୱିମେନ ଫୋରମ୍‌ ପକ୍ଷରୁ ଦାବି କରାଯାଇଛି । ଏଥିପାଇଁ ପୋକ୍‌ସୋ ଆଇନ ଅନୁଯାୟୀ  ସେମାନଙ୍କ ନାମରେ ମାମଲା  ରୁଜୁ ହୋଇଛି । ଏହି  ବ୍ୟକ୍ତିମାନଙ୍କ ବିରୋଧରେ କଡାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କୁନ୍ଦୁଲି ପୀଡିତାଙ୍କର ଜନ ଶୁଣଣୀ କରିଥିବା ବ୍ୟକ୍ତି ବିରୋଧରେ ରୁଜୁ ମାମଲାର ଏସ୍‌ଆଇଟି ତଦନ୍ତ ପରସର ଭୁକ୍ତ କରିବାକୁ ଦାବି କରାଯାଇଛି ।

ମୁଖ୍ୟ ଶାସନ ସଚିବଙ୍କୁ ଫୋରମ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି । ଷ୍ଟେଟ ପୋଗ୍ରେସିଭ ଓ୍ୱିମେନ ଫୋରମର ଅଧ୍ୟକ୍ଷା ମମତା ସାମନ୍ତରାୟଙ୍କ ସହ ଏହାର ସଦସ୍ୟମାନେ ଭୁବନେଶ୍ୱରରର ଲୋୟର ପିଏମ୍‌ଜି ନିକଟରେ ଧାରଣାରେ ବସିଛନ୍ତି ।

- Advertisement -

ଏ ନେଇ  ରାଜ୍ୟ ପୋଗ୍ରେସିଭ ଓ୍ୱିମେନ ଫୋରମ୍‌ ପକ୍ଷରୁ ଖାରବେଳ ଥାନେରେ ଏକ ମାମଲା ରୁଜୁ କରାଯାଇଥିଲା । ପୀଡିତାଙ୍କର ଜନ ଶୁଣାଣୀ କରଥିବା ବ୍ୟକ୍ତି ଓ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ପୋଗ୍ରେସିଭ ଓ୍ୱିମେନ ଫୋରମ୍‌ ଅଧ୍ୟକ୍ଷା ଅଧ୍ୟକ୍ଷା ମମତା ସାମନ୍ତରାୟ ଦାବି କରିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories