ବାଇକ ଧକ୍କାରେ ବୃଦ୍ଧ ମୃତ

0

ଗୋପ: ଗୋପ-ବାଲିଘାଇ ରାସ୍ତାର ଷୋଳପୁର ନିକଟରେ ଏକ ବାଇକ୍ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ଷୋଳପୁର ଗ୍ରାମର ଅଭିରାମ ନାୟକ (୮୦) ବୋଲି ଜଣାପଡିଛି । ବୃଦ୍ଧ ଜଣଙ୍କ ରାସ୍ତା ପାର ହେଉଥିବା ବେଳେ ବାଲିଘାଇ ଅଞ୍ଚଳର ଜନୈକ ବାଇକ ଚାଳକ ବୃଦ୍ଧ ଅଭିରାମଙ୍କୁ ଧକ୍କା ଦେଇଥିଲେ । ସ୍ଥାନୀୟଲୋକ ଘଟଣାସ୍ଥଳରୁ ବୃଦ୍ଧଙ୍କୁ ଉଦ୍ଧାର କରି ପ୍ରଥମେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲେ ମଧ୍ୟ ସେଠାରେ ପହଞ୍ଚିଲା ପରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଗ୍ରାମବାସୀ ଅଭିଯୁକ୍ତଙ୍କୁ ଅଟକ ରଖି ପୁଲିସଙ୍କୁ ଖବର ଦେଇଛନ୍ତି ।

Leave A Reply