www.samajalive.in
Saturday, December 13, 2025
26.1 C
Bhubaneswar

ମୋଗଲାଇ ପରଟା

ଆବଶ୍ୟକ ସାମଗ୍ରୀ
ଅଟା – ୩କପ
ମଇଦା – ୧କପ
ଘିଅ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ଅଣ୍ଡା – ୪ଟି
ପିଆଜ – ୧କପ
କଟା କଞ୍ଚାଲଙ୍କା – ୧ ଚାମଚ
କଟା ଧନିଆପତ୍ର – ୧କପ
ପାଣି – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଅଟାରେ ମଇଦା, ଲୁଣ , ଘିଅ ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଚକଟିବା ପରେ ଏକ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ରଖି ଦିଅନ୍ତୁ। ଏବେ ଏକ ପାତ୍ରରେ ପିଆଜ, ଧନିଆପତ୍ର, କଞ୍ଚାଲଙ୍କା, ଲୁଣ ପକାଇ ଗୋଳାଇ ରଖନ୍ତୁ। ଏହାପରେ ଚକଟା ଅଟାରୁ ମୋଟା ରୁଟି ଆକୃତିର ବେଲି ରଖନ୍ତୁ। ଗ୍ୟାସରେ ତାୱା ଗରମ କରି ବେଲି ଥିବା ରୁଟିକୁ ସେକନ୍ତୁ। ଅଳ୍ପ ସେକିବା ପରେ ରୁଟିର ଗୋଟେ ପାଖ ଅଳ୍ପ ଘିଅ ଲଗାଇ ଓଲଟାଇ ଦିଅନ୍ତୁ। ଓଲଟାଇବା ପରେ ଏକ ଅଣ୍ଡା ଭାଙ୍ଗି ଏହି ରୁଟି ଉପରେ ପକାନ୍ତୁ। ଅଣ୍ଡା ଅଳ୍ପ ହୋଇଗଲେ ରଖିଥିବା କଟା ପିଆଜର ମିଶ୍ରଣକୁ ପକାଇ କିଛି ସମୟରେ ସେକିବା ଅବସ୍ଥାରେ ରୁଟିକୁ ଦୁଇଫାଳ ଭଳି ଭାଙ୍ଗ କରି ଦିଅନ୍ତୁ। ଏବେ ରୁଟିର ଉଭୟ ପଟରେ ଘିଅ ଲଗାଇ ଅଳ୍ପ ସମୟ ସେକି ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମୋଗଲାଇ ପରଟା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories