www.samajalive.in
Saturday, December 13, 2025
21.1 C
Bhubaneswar

ବକ୍ସ ଅଫିସରେ ‘ଦି ସ୍କାଏ ଇଜ୍‍ ପିଙ୍କ୍‍’ : ଜାଣନ୍ତୁ ପ୍ରଥମ ଦିନର ଆୟ

ମୁମ୍ବଇ : ପ୍ରିୟଙ୍କା ଚୋପ୍ରା ଓ ଫରହାନ ଅଖ୍‍ତରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦି ସ୍କାଏ ଇଜ୍‍ ପିଙ୍କ୍‍’ ବକ୍ସ ଅଫିସରେ ପ୍ରଥମ ଦିନରେ ମଧ୍ୟମ ଧରଣର ବ୍ୟବସାୟ କରିଛି। ଚଳଚ୍ଚିତ୍ରକୁ ସମୀକ୍ଷକମାନେ ପ୍ରଶଂସା କରିବା ସହ ଦର୍ଶକଙ୍କର ମଧ୍ୟ ଭଲ ପ୍ରତିକ୍ରିୟା ମିଳିଛି। ସୂଚନା ଅନୁସାରେ, ମୁକ୍ତିଲାଭର ପ୍ରଥମ ଦିନ ଅର୍ଥାତ୍‍ ଶନିବାର ଚଳଚ୍ଚିତ୍ର ପ୍ରାୟ ୩ କୋଟି ଟଙ୍କା ଆୟ କରିଛି। ତେବେ ଆଗକୁ ଏହା ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ବକ୍ସ ଅଫିସରେ ‘ୱାର’ ଓ ‘ଜୋକର୍‍’ଠାରୁ ଚଳଚ୍ଚିତ୍ରକୁ କଡ଼ା ଟକ୍କର ମିଳୁଛି। ଏହା କମ୍‍ ପରଦାରେ ମଧ୍ୟ ମୁକ୍ତିଲାଭ କରିଛି।
ସୂଚନାଯୋଗ୍ୟ, ପ୍ରିୟଙ୍କାଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ଫରହାନ୍‍ ଅଖ୍‍ତର, ଜାୟରା ୱସୀମ ଓ ରୋହିତ ସରାଫ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ପ୍ରିୟଙ୍କା ଚୋପ୍ରା ଓ ସିଦ୍ଧାର୍ଥ ରାୟ କୁପରଙ୍କ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସୋନାଲୀ ବୋଷ। ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରିୟଙ୍କା ୩ ବର୍ଷ ପରେ ବଲିଉଡ଼କୁ ଫେରିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories