କଟକ : ଶାରଦୀୟ ଦୁର୍ଗାପୂଜା ପରେ କଟକରେ ଚାଲିଛି ଦେବୀଙ୍କ ବିସର୍ଜନ ପାଇଁ ଭସାଣ କାର୍ଯ୍ୟକ୍ରମ। ଗୁରୁବାର ଅପରାହ୍ନ ସୁଦ୍ଧା ଭସାଣ ଶେଷ ହେବ ବୋଲି ଅନୁମାନ କରାଯାଉଛି।
କାଠଯୋଡି ଦେବୀଗଡ଼ାରେ ନିର୍ମିତ ଅସ୍ଥାୟୀ ପୋଖରୀରେ ମାଆଙ୍କ ବିସର୍ଜନ କରାଯାଉଛି। ମଙ୍ଗଳବାର ରାତିରୁ ଆରମ୍ଭ ହୋଇଥିବା ଭସାଣରେ ଗୁରୁବାର ସକାଳ ୬ଟା ସୁଦ୍ଧା ୧୦୬ଟି ମେଢ ବିସର୍ଜନ କରାଯାଇଥିଲା। ତେବେ ସକାଳ ୯ଟା ସୁଦ୍ଧା ପ୍ରାୟ ୧୧୨ଟି ମେଢ ବିସର୍ଜନ କରାଯାଇଛି।
ଏବେ ମଧ୍ୟ ଅନେକ ମେଢ ରାସ୍ତାରେ ଶେଭାଯାତ୍ରାରେ ଯାଉଛନ୍ତି। ଦେବୀଗଡାରେ ଅନେକ ମେଢ ବିସର୍ଜନ ପାଇଁ ପ୍ରତିକ୍ଷା କରି ରହିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଦେବୀଗଠା ଓ ରାସ୍ତାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ପୁଲିସ ମୁତୟନ କରାଯାଇଛି।



