www.samajalive.in
Friday, December 12, 2025
27.1 C
Bhubaneswar

ସାରା ଓଡିଶା ପରିକ୍ରମା ପାଇଁ ବାହାରିଲା ଗୋପବନ୍ଧୁ ଜ୍ୟୋତି

ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ସମାଜ ଅନୁଷ୍ଠାନ ପକ୍ଷରୁ ଗୋପବନ୍ଧୁ ଜ୍ୟୋତି ଯାତ୍ରାର ଶୁଭାରମ୍ଭ ସୁଆଣ୍ଡୋରୁ ଆରମ୍ଭ କରାଯାଇଛି । ଗୋପବନ୍ଧୁଙ୍କ କୂଳଦେବତା ଶ୍ରୀରାଧା ବିନୋଦବିହାରୀ ଦେବଙ୍କ ଆଳତୀରୁ ଜ୍ୟୋତି ସଂଗ୍ରହ କରାଯାଇଥିଲା। ଏହାପରେ ଜ୍ୟୋତିକୁ କଟକ ଅଭିମୁଖେ ଅଣାଯାଇଥିଲା।

କଟକ ସ୍ଥିତ ସମାଜ କାର୍ଯ୍ୟାଳୟ ପରିସରରେ ଗୋପବନ୍ଧୁ ଜ୍ୟୋତିକୁ ଲୋକସେବକ ମଣ୍ଡଳର କର୍ମକର୍ତ୍ତା ଏବଂ ସମାଜର କର୍ମକର୍ତ୍ତାମାନେ ସ୍ବାଗତ କରୁଛନ୍ତି।

- Advertisement -

ସାରା ଓଡିଶା ପରିକ୍ରମା କରିବା ପାଇଁ ଗୋପବନ୍ଧୁ ଜ୍ୟୋତିକୁ ପତାକା ଦେଖାଇ ଶୁଭାରମ୍ଭ କରୁଛନ୍ତି ସୁପ୍ରିମକୋର୍ଟାର ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର। ତାଙ୍କ ପାଖରେ ଉପସ୍ଥିତ ଅଛନ୍ତି ଲୋକ ସେବକ ମଣ୍ଡଳର ସଭାପତି ଦୀପକ ମାଲବ୍ୟ,ଜାତୀୟ ଯୁବ ପ୍ରକଳ୍ପର ଅଧ୍ୟକ୍ଷ ଡ.ଏସ୍.ଏନ.ସୁବାରାଓ ଏବଂ ସମାଜର ସମ୍ପାଦକ ବାମାପଦ ତ୍ରିପାଠୀ।

ଗୋପବନ୍ଧୁ ଜ୍ୟୋତି ସହ ସମଗ୍ର ଓଡିଶା ପରିକ୍ରମା କରିବା ପାଇଁ ପ୍ରସ୍ତୁତ ସୁସଜ୍ଜିତ ଗାଡି

ଗୋପବନ୍ଧୁ ଜ୍ୟୋତି ଯାତ୍ରା ଓଡିଶାର ସମସ୍ତ ଜିଲ୍ଲା ପରିକ୍ରମା କରିବ ଏହି ସମୟରେ  ସମସ୍ତ ଜିଲାରେ ସ୍କୁଲ କଲେଜର ଛାତ୍ରାଛାତ୍ରୀ ଏବଂ ବୁଦ୍ଧିଜିବୀମାନେ ଜ୍ୟୋତି ଯାତ୍ରାରେ ସାମିଲ ହେବା ସହ ଗୋପବନ୍ଧୁ ଜ୍ୟୋତିକୁ ସ୍ବାଗତ କରିବେ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories