କଟକ : କଟକ କାଠଯୋଡ଼ି ପୋଲ ଉପରୁ ବୁଧବାର ଜଣେ ଯୁବକ ନଦୀକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି। ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ସେ ନଦୀକୁ ଡେଇଁ ପଡିଛନ୍ତି।
ସୂଚନା ମୁତାବକ, ଯୁବକଜଣକ ସ୍ତ୍ରୀ ଏବଂ ପିଲାଙ୍କୁ ଧରି ଏକ ବାଇକ୍ରେ କାଠଯୋଡ଼ି ପୋଲ ଉପର ଦେଇ ଯାଉଥିଲେ। ହଠାତ୍ ବାଇକ୍ ଅଟକାଇ ସେ ପୋଲରୁ ନଦୀକୁ ଡେଇଁ ପଡ଼ିଥିଲେ। ତେବେ ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ସେ ନଦୀକୁ ଡେଇଁଥିବା ତାଙ୍କ ସ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ଓଡ୍ରାଫ୍ ଟିମ୍କୁ ଖବର ଦେବା ପରେ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ମାତ୍ର ଉଦ୍ଧାର କରିବାକୁ ଆସିଥିବା ଓଡ୍ରାଫ୍ ଟିମ୍ର ବୋଟ୍ ଅନେକ ସମୟ ଧରି ଷ୍ଟାର୍ଟ ନ ହେବାରୁ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କିଛି ସମୟ ପରେ ବୋଟ୍ ଷ୍ଟାର୍ଟ ହେବାରୁ ଟିମ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। କିନ୍ତୁ ଯୁବକଙ୍କ ସନ୍ଧାନ ମିଳି ନ ଥିବାରୁ ସ୍କୁବା ଡାଇଭର୍ ଗଭୀର ପାଣିରେ ତାଙ୍କୁ ଖୋଜିବେ ବୋଲି ସୂଚନା ମିଳିଛି।
ସ୍ତ୍ରୀଙ୍କ ସହ ଝଗଡ଼ା ପରେ କାଠଯୋଡ଼ିକୁ ଡେଇଁଲେ ଯୁବକ
Popular Categories



