www.samajalive.in
Friday, December 12, 2025
15.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ଲେମନ ଟିର ଉପକାରିତା

ଲେମ୍ବୁ ର ଚାହା ଅର୍ଥାତ ଯାହାକୁ ଆମେ ଲେମନ ଟି ବୋଲି କହୁ। ଏହା ବିଷୟରେ ଆପଣ ବହୁ କିଛି ଶୁଣି ଥିବେ। ମାତ୍ର ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ଅଟେ। ଆସନ୍ତୁ ଜାଣିବା ଲେମନ ଟି ପିଇବା ଦ୍ୱାରା କି କି ଉପକାର ହୋଇଥାଏ।
ହାଲିଆ ଅନୁଭବ ହୋଇନଥାଏ –
ଲେମ୍ବୁ ଆମ ଶରୀରରେ ଥିବା ବିଷାକ୍ତ ପଦାର୍ଥ ଗୁଡ଼ିକୁ ବାହାର କରିବାରେ ସାହାଯ୍ୟ କରିଥାଏ। ଏହାକୁ ନିୟମିତ ସକାଳ ସମୟରେ ପିଇବା ଦ୍ୱାରା ଆମ ଯକୃତ, ବୃକକ ସୁସ୍ଥ ରହିବା ସହ ବିଭିନ୍ନ ପ୍ରକାରର ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ଆପଣ ଦିନଯାକ ସତେଜ ମଧ୍ୟ ଅନୁଭୂତ କରିବେ।
ଲେମନ ଟିର ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ରହିଛି। ଏହାସହ ଏହାକୁ ପିଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟାରୁ ଶରୀରକୁ ରକ୍ଷା ମିଳିଥାଏ।
ମନକୁ ଖୁସି ରଖିଥାଏ-
ଲେମନ ଟି ଏକ ପ୍ରକାରର ଆପଣଙ୍କ ମନ ଓ ମସ୍ତିଷ୍କକୁ ଶାନ୍ତି ପ୍ରଦାନ କରିଥାଏ। ଫଳରେ ଆପଣ କାର୍ଯ୍ୟର ପ୍ରଭାବରେ ମଧ୍ୟ ହାଲିଆ ଅନୁଭବ ହୋଇଥାଏ।
ହଜମ କ୍ରିୟାକୁ ସୁସ୍ଥ ରଖେ –
ଲେମନ ଟି ପିଇବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱ ଆମ ଖାଦ୍ୟକୁ ଭଲ ଭାବେ ହଜମ କରିଥାଏ। ଆବଶ୍ୟକ ଅନୁଯାୟୀ ଭୋକ ହୋଇଥାଏ। ହଜମ କ୍ରିୟା ଉପରେ କୌଣସି କୁପ୍ରଭାବ ପଡ଼ିନଥାଏ।
ରକ୍ତ ପ୍ରବାହ ସଠିକ ଭାବେ ହୋଇଥାଏ-
ଲେମନ ଟିରେ ଏକ କେମିକାଲ ଥାଏ। ଯାହା ରକ୍ତ ସଞ୍ଚାଳନକୁ ସୂଚାରୁ ରୂପେ କରିଥାଏ। ରକ୍ତ ଜମାଟ ବାନ୍ଧିବାକୁ ଦେଇଥାଏ। ହୃଦୟ ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇନଥାଏ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories