ପପୁ ପମ୍‌ ପମ୍ ଅସୁସ୍ଥ , ଚିକିତ୍ସା ପାଇଁ ଦିଲ୍ଲୀ ଯିବେ

0

ଭୁବନେଶ୍ୱର:  ଓଡିଶାରେ କମେଡି କିଙ୍ଗ୍‌ କୁହାଯାଉଥିବା ପପୁ ପମ୍‌ପମ୍‌  ଅସୁସ୍ଥ ହୋଇଛନ୍ତି । ତାଙ୍କ ଅଗ୍ନାଶୟରେ ସମସ୍ୟା ଦେଖା ଯାଇଥିବାରୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରାକାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।  ମାତ୍ର ଅଧିକ ଚିକିତ୍ସାପାଇଁ ତାଙ୍କୁ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆର୍ୟୁ ବିଜ୍ଞାନ କେନ୍ଦ୍ରକୁ ସ୍ଥାନାନ୍ତର କରାଯିବ ।

ସେ କିଛି ଦିନ ତଳେ ସୁଟିଂରୁ ଫେରିବା ବେଳେ ଭୋକରେ ରହିଥିବା ଯୋଗୁଁ  ଅସୁସ୍ଥତା ଅନୁଭବ କରିଥିଲେ । ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଅଗ୍ନାଶୟ ଜନିତ ସମସ୍ୟାରେ ପୀଡିତ ଥିବା କଥା ଜଣା ପଡିଥିଲା । ଚିକିତ୍ସାପାଇଁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି ।

Leave A Reply