www.samajalive.in
Friday, December 12, 2025
16.1 C
Bhubaneswar

ନୂଆ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟାକୁ କେନ୍ଦ୍ରର ଅନୁମତି

ନୂଆଦିଲ୍ଲୀ: ଇସ୍ପାତ କ୍ଷେତ୍ରର କିଛି ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ବେସରକାରୀକରଣକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍‍ ଏକ ନୂଆ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟାକୁ ଅନୁମୋଦନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର କ୍ୟାବିନେଟ୍‍ ଅନୁମୋଦନ କରିଥିବା ଏହି ନୂଆ ନୀତିରେ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ପୁଞ୍ଜିନିବେଶ ଓ ରାଷ୍ଟ୍ରାୟତ୍ତ ସମ୍ପଦ ପରିଚାଳନା ବିଭାଗ ପୁଞ୍ଜି ପ୍ରତ୍ୟାହାର ଉଦ୍ଦେଶ୍ୟରେ ଏହି ନୋଡାଲ୍‍ ବିଭାଗ ସ୍ଥାପନ କରିଛି। ପୁଞ୍ଜିନିବେଶ ଓ ରାଷ୍ଟ୍ରାୟତ୍ତ ସମ୍ପଦ ପରିଚାଳନା ବିଭାଗ ଏବଂ ନୀତି ଆୟୋଗ ବର୍ତ୍ତମାନ ମିଳିତ ଭାବେ ପୁଞ୍ଜି ପ୍ରତ୍ୟାହାର କରାଯିବାକୁ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ଚିହ୍ନଟ କରିବେ। ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଆର୍ଥିକବର୍ଷର ବଜେଟ ଉପସ୍ଥାପନ କରିବା ସମୟରେ ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ୯୦ ହଜାର କୋଟି ଟଙ୍କାରୁ ୧ଲକ୍ଷ ୫ ହଜାର କୋଟି ଟଙ୍କାକୁ ବୃଦ୍ଧି କରିବା ବିଷୟରେ ଘୋଷଣା କରିଥିଲେ।

ଗତ ସପ୍ତାହରେ, ଏକ ସଚିବସ୍ତରୀୟ କମିଟି ବିପିସିଏଲରେ ଥିବା ଶତକଡା ୫୩.୨୯ ସରକାରୀ ଅଂଶଧନ, ଜାହାଜ ଚଳାଚଳ ନିଗମରେ ଶତକଡା ୬୩.୭୫ ପ୍ରତିଶତ ଅଂଶଧନ, ନୀପକୋରେ ଶତ ପ୍ରତିଶତ ଏବଂ ଟିଏଚଡ଼ିସିରେ ଥିବା ୭୫ ପ୍ରତିଶତ ଅଂଶଧନକୁ ବିକ୍ରି ପାଇଁ ମଞ୍ଜୁରୀ ଦେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories