www.samajalive.in
Wednesday, December 10, 2025
14.1 C
Bhubaneswar

ଇସ୍ରୋ ବୈଜ୍ଞାନିକ ହତ୍ୟା ମାମଲା: ଅପ୍ରାକୃତିକ ଯୌନସମ୍ପର୍କ ପରେ ଟଙ୍କା ନ ମିଳିବାରୁ ମାରିଥିଲେ ଲ୍ୟାବ୍‌ ଟେକ୍ନିସିଆନ

ହାଇଦ୍ରାବାଦ: ଗତ ୧ ତାରିଖ ଦିନ ହାଇଦ୍ରାବାଦର ଏକ ଆପାର୍ଟମେଣ୍ଟରୁ ଇସ୍ରୋ ବୈଜ୍ଞାନିକ ଏସ. ସୁରେଶ କୁମାରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପାରିପାର୍ଶ୍ଵିକ ପରିସ୍ଥିତିରୁ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରିଥିଲା। ଏବେ ଏହି ହତ୍ୟାକାଣ୍ଡ ଉପରୁ ପର୍ଦ୍ଦାଫାଶ କରିଛି ହାଇଦ୍ରାବାଦ ପୁଲିସ। ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ ପରେ ଟଙ୍କା ନ ମିଳିବାରୁ ଜଣେ ଲ୍ୟାବ୍‌ ଟେକ୍ନିସିଆନ ତାଙ୍କୁ ହତ୍ୟା କରିଥିବା ସିଟି ପୁଲିସ କମିଶନର ଅଞ୍ଜନି କୁମାର କହିଛନ୍ତି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।

କମିଶନର ଅଞ୍ଜନି କୁମାରଙ୍କ ସୂଚନା ମୁତାବକ, ବୈଜ୍ଞାନିକ ସୁରେଶ କୁମାର ହାଇଦ୍ରାବାଦରେ ଏକା ରହୁଥିବାବେଳେ ତାଙ୍କ ପରିବାର ଚେନ୍ନାଇରେ ରହୁଥିଲେ। ସେ ଏଠାରେ ଏକୁଟିଆ ରହୁଥିବାରୁ ଏହାର ସୁଯୋଗ ନେଇ ଏକ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରର ଜଣେ ଲ୍ୟାବ୍‌ ଟେକ୍ନିସିଆନ ତାଙ୍କ ନିକଟତର ହୋଇଥିଲେ। ପରେ ସୁରେଶଙ୍କୁ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ଏହା ବଦଳରେ ତାଙ୍କଠାରୁ ଟଙ୍କା ଚାହୁଁଥିଲେ। କିନ୍ତୁ ସୁରେଶ ଟଙ୍କା ଦେଉ ନ ଥିବାରୁ ତାଙ୍କୁ ହତ୍ୟା କରିବାକୁ ଟେକ୍ନିସିଆନ ଜଣକ ଯୋଜନା କରିଥିଲେ। ଯୋଜନା ଅନୁସାରେ ସେ ଏକ ଛୁରି ଧରି ସେପ୍ଟେମ୍ବର ୩୦ରେ ସୁରେଶଙ୍କ ଫ୍ଲାଟକୁ ଆସିଥିଲେ। ସେଠାରେ ତାଙ୍କ ସହିତ ଅପ୍ରାକୃତିକ ସମ୍ପର୍କ ରଖିବା ପରେ ଛୁରିରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଫଳରେ ସୁରେଶଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରଦିନ ସୁରେଶଙ୍କୁ ତାଙ୍କ ପତ୍ନୀଙ୍କ ଫୋନ କରିଥିଲେ। କିନ୍ତୁ ସୁରେଶ ଫୋନ ନ ଉଠାଇବାରୁ କିଛି ଅଘଟଣ ଘଟିଥିବା ପତ୍ନୀଙ୍କର ସନ୍ଦେହ ହୋଇଥିଲା। ପରେ ସେ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ସୁରେଶଙ୍କ ଫ୍ଲାଟକୁ ପଠାଇବା ପରେ ଘର ବନ୍ଦ ରହିଥିବା ଜାଣିଥିଲେ। ଫଳରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ପହଞ୍ଚି ଫ୍ଲାଟ କବାଟ ଭାଙ୍ଗି ଭିତରକୁ ଯିବା ପରେ ସୁରେଶଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories