ପାକିସ୍ତାନରୁ ସ୍ୱଦେଶ ଫେରିପାରିଲେନି ଆମେରିକୀୟ କୂଟନୀତିଜ୍ଞ

0

ଇସଲାମାବାଦ : ଆମେରିକା ସରକାର ଦେଶରେ ପାକିସ୍ତାନୀ କୂଟନୀତିଜ୍ଞଙ୍କ ଚଳପ୍ରଚଳ ନେଇ କଟକଣା ଜାରି କରିବା ପରେ ଶନିବାର ପାକିସ୍ତାନ ସମାନ ଆଭିମୁଖ୍ୟ ପୋଷଣ କରିଛି। ଶୁକ୍ରବାର ଆମେରିକାକୁ ଜବାବ ଦେବାକୁ ଯାଇ ପାକିସ୍ତାନ ସରକାର ସମାନ ନୀତି ଅବଲମ୍ବନ କରିବେ ବୋଲି ସୂଚନା ଦେଇଥିଲାବେଳେ ଏହାର ଦିନକ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜଣେ ଆମେରିକୀୟ କୂଟନୀତିଜ୍ଞଙ୍କୁ ସ୍ୱଦେଶ ନେବା ପାଇଁ ଆମେରିକୀୟ ବିମାନ ଆସିଥିଲା; କିନ୍ତୁ କଟକଣା ଯୋଗୁ ସେ ଫେରିପାରି ନାହାନ୍ତି। ବିମାନଟି ଖାଲି ଖାଲି ଫେରିଯାଇଛି। ପାକ୍‍ ସରକାରଙ୍କ କଟକଣା ଯୋଗୁଁ ତାଙ୍କୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଥିଲା; ଫଳରେ ସେ ସ୍ୱଦେଶ ଫେରି ପାରି ନଥିଲେ ବୋଲି ଜଣାପଡ଼ିଛି। ତେବେ ଏ ସମ୍ପର୍କରେ ଆମେରିକା କୂଟନୀତିଜ୍ଞମାନେ କିଛି କହିବାକୁ ମନା କରିଦେଇଛନ୍ତି। ଅପରପକ୍ଷରେ ପାକିସ୍ତାନ କର୍ତ୍ତୃପକ୍ଷ ସମସ୍ତ କୂଟନୀତିଜ୍ଞଙ୍କ ପାଇଁ ସମାନ ନୀତି ଅବଲମ୍ବନ କରାଯିବ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ୭ତାରିଖରେ ସମ୍ପୃକ୍ତ କୂଟନୀତିଜ୍ଞଙ୍କ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା।

Leave A Reply