ଇସ୍ରାଏଲ ଆକ୍ରମଣରେ ସିରିଆରେ ୪୨ ମୃତ

0

ବେରୁଟ : ଗତ ସପ୍ତାହରେ ସିରିଆ ଉପରେ ଇସ୍ରାଏଲ କରିଥିବା ରକେଟ୍‍ ମାଡରେ ୪୨ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ସିରିଆସ୍ଥିତ ବ୍ରିଟେନର ମାନବାଧିକାର ସଂଗଠନ କହିଛି ଯେ ବୁଧ ଓ ଗୁରୁ ଦୁଇଦିନ ଧରି ସିରିଆରେ ଥିବା ଇରାନର ସାମରିକ ଘାଟିକୁ ନିଶାଣ କରି ଇସ୍ରାଏଲ ଯେଉଁ ରକେଟ ମାଡ କରିଥିଲା ସେଥିରେ ୪୨ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୯ଜଣ ଇରାନ ନାଗରିକ ଥିବାବେଳେ ଅନ୍ୟମାନେ ସିରିଆ ନାଗରିକ। ଇସ୍ରାଏଲର ଗୋଲାନ ହାଇଟ୍ସ ଉପରେ ଇରାନ ରକେଟ ମାଡ କରିଥିବା ଅଭିଯୋଗ କରି ଜେରୁଜେଲମ୍‍ ଏପରି ପଦକ୍ଷେପ ନେଇଥିଲା।

Leave A Reply