ସିଏସି ଓ ଆଇସିଏରୁ ରଙ୍ଗସ୍ବାମୀଙ୍କ ଇସ୍ତଫା

ନୂଆଦିଲ୍ଲୀ: ଭାରତୀୟ ମହିଳା ଦଳର ପୂର୍ବତନ ଅଧିନାୟିକା ଶାନ୍ତା ରଙ୍ଗସ୍ବାମୀ ବିସିସିଆଇର କ୍ରିକେଟ ପରାମର୍ଶଦାତା କମିଟି (ସିଏସି)ର ସଦସ୍ୟା ଏବଂ ଇଣ୍ଡିଆନ୍ କ୍ରିକେଟର୍ସ ଆସୋସିଏସନ୍ (ଆଇସିଏ)ର ନିର୍ଦେଶକ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ଶାନ୍ତାଙ୍କ ବିରୋଧରେ ସ୍ବାର୍ଥନିହିତ ସମସ୍ୟା ଅଭିଯୋଗ ଆସିବାରୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ନିକଟରେ ଶାନ୍ତା ରଙ୍ଗସ୍ବାମୀଙ୍କୁ ବିସିସିଆଇର ଏଥିକ୍‌ସ ଅଧିକାରୀ ଡି.କେ. ଜୈନ୍ ସ୍ବାର୍ଥନିହିତ ସମସ୍ୟା ନେଇ ନୋଟିସ୍ ଜାରି କରିଥିଲେ।
ସୂଚନାଯୋଗ୍ୟ; ବିଭିନ୍ନ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ମନୋନୟନ ପାଇଁ ସିଏସି ଗଠନ ​‌ହୋଇଥିଲା ଏବଂ ରଙ୍ଗସ୍ବାମୀ ଏହାର ସଦସ୍ୟା ଥିଲେ। ପୂର୍ବତନ ଅଧିନାୟକ କପିଳ ଦେବ ଓ ପୂର୍ବତନ ଟେଷ୍ଟ ଓପ୍‌ନର ଅଂଶୁମାନ ଗାଏକ୍‌ୱାଡ ଏହାର ସଦସ୍ୟ ଥିଲେ। ଏଥିରୁ ଇସ୍ତଫା ଦେବା ସହ ଇଣ୍ଡିଆନ୍ କ୍ରିକେଟର୍ସ ଆସୋସିଏସନ୍ (ଆଇସିଏ)ର ନିର୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ରଙ୍ଗସ୍ବାମୀ। ଆଗକୁ ଆଇସିଏର ନିର୍ବାଚନ ହେବାର ଥିବାରୁ ଏବେ ଏହାର ନିର୍ଦେଶକ ପଦରେ ରହିବାର ଆବଶ୍ୟକତା ନାହିଁ ବୋଲି ରଙ୍ଗସ୍ବାମୀ କହିଛନ୍ତି। ସେ ଇସ୍ତଫାପତ୍ର ବିସିସିଆଇର ସିଓଏ ଓ ବୋର୍ଡର ସିଇଓ ରାହୁଲ ଜୋହ୍‌ରିଙ୍କ ପାଖକୁ ପଠାଇ ଦେଇଛନ୍ତି। ନିକଟରେ ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନ୍‌ (ଏମ୍‌ପିସିଏ)ର ଜଣେ ସଦସ୍ୟ ଏଥିକ୍‌ସ କମିଟି ନିକଟରେ ସିଏସିର ୩ ଜଣଯାକ ସଦସ୍ୟଙ୍କ ବିପକ୍ଷରେ ଅଭିଯୋଗ କରିଥିଲେ ଏବଂ ଦାବି କରିଥିଲେ ହେଁ ଏତିନିହେଁ ସ୍ବାର୍ଥନିହିତ ସମସ୍ୟାରେ ଜଡ଼ିତ। ଏତିନିହେଁ ଅଗଷ୍ଟରେ ରବି ଶାସ୍ତ୍ରୀଙ୍କୁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ମନୋନୀତ କରିଥିଲେ। ବିସିସିଆଇ ସମ୍ବିଧାନ ଅନୁସାରେ, ଜଣେ ବ୍ୟକ୍ତି ୨ଟି ପଦରେ ରହିପାରିବେ ନାହିଁ। କପିଳ ଦେବ ଭାଷ୍ୟକାର ଭାବେ କାମ କରୁଥିବା ବେଳେ ତାଙ୍କର ଏକ ଫ୍ଲଡ୍‌ଲାଇଟ୍‌ କମ୍ପାନୀ ରହିଛି, ଆଇସିଏର ସଦସ୍ୟ ହେବା ସହ ସିଏସିର ସଦସ୍ୟ ରହିଛନ୍ତି। ପୁଣି ଅଂଶୁମାନ ଗାଏକ୍‌ୱାଡ୍ ଭାଷ୍ୟକାର କାମ କରିଥାଆନ୍ତି, ତାଙ୍କର କ୍ରିକେଟ ଏକାଡେମୀ ରହିଛି ଏବଂ ବିସିସିଆଇ ଆଫିଲିଏସନ୍ କମିଟିର ସଦସ୍ୟ। ଶାନ୍ତା ରଙ୍ଗସ୍ବାମୀ ଉଭୟ ସିଏସି ଓ ଆଇସିଏର ସଦସ୍ୟ ରହିଛନ୍ତି। ସୂଚନାଯୋଗ୍ୟ; ଏହି ସିଏସି ଗତ ଡିସେମ୍ବରରେ ଡବ୍ଲ୍ୟୁ.ଭି. ରମଣଙ୍କୁ ମହିଳା କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ମନୋନୀତ କରିଥିଲା

kalyan agarbati

Comments are closed.