www.samajalive.in
Tuesday, December 9, 2025
15.1 C
Bhubaneswar

ପାକିସ୍ତାନ କବ୍ଜାରେ ପିଓକେର ହିନ୍ଦୁ ମନ୍ଦିର ସମେତ ୧୦୦ରୁ ଊର୍ଦ୍ଧ୍ବ ଐତିହସ୍ଥଳୀ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରଠାରୁ ପାକିସ୍ତାନ କବ୍ଜାରେ ଥିବା ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ପ୍ରସଙ୍ଗରେ ଆଲୋଚନା ଆରମ୍ଭ ହୋଇଛି। ଭାରତ ପିଓକେକୁ ନିଜର ବୋଲି କହୁଥିବାବେଳେ ପାକିସ୍ତାନ ବିବାଦୀୟ ଭୂମି ବୋଲି କହୁଛି। ପିଓକେ ପ୍ରସଙ୍ଗର ଚର୍ଚ୍ଚା ସହ ସେଠାରେ ଥିବା ହିନ୍ଦୁ ମନ୍ଦିର ଓ ଅନ୍ୟ ଐତିହସ୍ଥଳୀ ଉପର ଆଲୋଚନା ଆରମ୍ଭ ହୋଇଛି।

ରାଷ୍ଟ୍ରୀୟ ସ୍ମାରକ ପ୍ରାଧିକରଣ ଅନୁସାରେ ପିଓକେରେ ମୁଗଲ, ଡୋଗରା, ଶିଖ ଶାସକଙ୍କ ଦ୍ୱାରା ନିର୍ମିତ ଅନେକ ଐତିହସ୍ଥଳୀ ରହିଛି। ଏହା ମଧ୍ୟରେ ମନ୍ଦିର, ମସଜିଦ, ଦୁର୍ଗ ଆଦି ଅନ୍ତର୍ଭୁକ୍ତ ରହିଛି। ଭାରତ ପାଖରେ ପିଓକେରେ ଥିବା ସମସ୍ତ ଐତିହସ୍ଥଳୀର ତାଲିକା ନାହିଁ। ପାକିସ୍ତାନ ପ୍ରତ୍ନତତ୍ତ୍ୱ ଦଳ ଦ୍ୱାରା ୨୦୧୪ରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ପିଓକେରେ ୧୦୦ରୁ ଊର୍ଦ୍ଧ୍ବ ପ୍ରାଚୀନ ସ୍ଥଳ ରହିଛି। ଭାରତ ପାଖରେ ଯେଉଁ ତାଲିକା ରହିଛି ତାହା ସ୍ୱାଧୀନତା ପୂର୍ବର। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ୧୯୪୭ ପୂର୍ବରୁ ପ୍ରସ୍ତୁତ ତାଲିକାରେ ଯେଉଁ ସବୁ ଧାର୍ମିକ ସ୍ଥଳ ଅଛି, ତାହା ଏବେ ପିଓକେରେ ଅଛି କି ନାହିଁ ତାହା ଅସ୍ପଷ୍ଟ। ପିଓକେରେ ଥିବା ଐତିହସ୍ଥଳୀ ମଧ୍ୟରେ କରଗାହ ବୁଦ୍ଧ ବି ଅଛି। ଗିଲଗିଟର କରଗାହରେ ସ୍ଥିତ ଏହି ଐତିହ୍ୟସ୍ଥଳୀ ହେଛି ସପ୍ତମ ଶଦାବ୍ଦୀର। ପିଓକେ ଐତିହସ୍ଥଳୀରେ ଅଲିବାଗ ଗୁରୁଦ୍ୱାରା ରହିଛି। ମାତ୍ର ଏହାକୁ ପାକିସ୍ତାନ ଏବେ ମହମ୍ମଦ ୟାକୁବ ସହିଦ ହାଇସ୍କୁଲ ଫର ଗାଲ୍ସ ରୂପରେ ବଦଳାଇ ଦେଇଛି। ମୀମବାର ତହିସିଲରେ ଥିବା ମୀରପୁର-ଝେଲମ ଲିଙ୍କ ରୋଡସ୍ଥିତ ମୀମବାର ମହଲକୁ ଶରଣାର୍ଥୀ ଶିବିର କରାଯାଇଛି। ସେହିପରି ପିଓକେରେ ହିନ୍ଦୁଙ୍କ ଶାରଦା ପୀଠ, ନୀଲମ ଶିବ ମନ୍ଦିର, ରାମକୋଟ ଦୁର୍ଗ, ଲାଲଦୁର୍ଗ ଆଦି ଐତିହ୍ୟସ୍ଥଳ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories