www.samajalive.in
Saturday, December 13, 2025
26.1 C
Bhubaneswar

ରିଲିଜ୍ ହେଲା ‘ଲାଲ କପ୍ତାନ’ର ଦ୍ବିତୀୟ ଟ୍ରେଲର

ମୁମ୍ବଇ : ବଲିଉଡ଼ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଲାଲ କପ୍ତାନ’ର ଦ୍ବିତୀୟ ଟ୍ରେଲର ଶନିବାର ରିଲିଜ୍ ହୋଇଛି। ୧ ମିନିଟ୍ ୨୯ ସେକେଣ୍ଡର ଏହି ଟ୍ରେଲରରେ ଦୀପକ ଡୋବ୍ରିୟାଲଙ୍କ ଭୂମିକା ଉପରେ ଗୁରୁତ୍ବାରୋପ କରାଯାଇଛି। ଚଳଚ୍ଚିତ୍ରରେ ଦୀପକ ଏକ ବିଶେଷ ଭୂମିକାରେ ଅଭିନୟ କରିଛନ୍ତି, ଯାହାର କି ଶୁଂଘିବାର ଏ ଭିନ୍ନ କ୍ଷମତା ରହିଛି। ଏହାସହିତ ତାଙ୍କ ସହାୟତା ପାଇଁ ଚଳଚ୍ଚିତ୍ରରେ ୨ଟି ଶିକାରୀ କୁକୁର ମଧ୍ୟ ଅଛନ୍ତି। ଦୀପକଙ୍କ ଏହି ଭୂମିକାରୁ ଦର୍ଶକଙ୍କୁ କମେଡ଼ିର ତଡ଼କା ମଧ୍ୟ ମିଳିବ।
ନବଦୀପ ସିଂହଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ସୈଫ୍‌ ଜଣେ ନାଗା ସାଧୁ ଭୂମିକାରେ ନଜର ଆସିବେ। ସୈଫଙ୍କ ଲୁକ୍ ମଧ୍ୟ ଜବରଦସ୍ତ ରହିଛି। ସୋନାକ୍ଷୀ ଚଳଚ୍ଚିତ୍ରରେ କମ୍ ସମୟ ପାଇଁ ନଜର ଆସିବେ କିନ୍ତୁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଛନ୍ତି। ‘ଲାଲ କପ୍ତାନ’ ଚଳିତ ବର୍ଷ ୧୮ ଅକ୍ଟୋବରରେ ମୁକ୍ତିଲାଭ କରିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories