www.samajalive.in
Wednesday, December 10, 2025
14.1 C
Bhubaneswar

ପାକିସ୍ତାନରୁ ଅସ୍ତ୍ର ଆଣିଥିବା ଡ୍ରୋନ ଉଦ୍ଧାର, ଟାର୍ଗେଟରେ ପଞ୍ଜାବ ଓ ଏହାର ଆଖପାଖ ଅଞ୍ଚଳ

ଅମୃତସର : ଭାରତରେ ଆକ୍ରମଣ ନିମନ୍ତେ ପାକିସ୍ତାନ କ୍ଷୁଦ୍ର ଡ୍ରୋନ ମାଧ୍ୟମରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇଦେଉଛି। ଏହାର ନିଶାଣରେ ବିଶେଷକରି ଭାରତ-ପାକ ସୀମା ସଂଲଗ୍ନ ପଞ୍ଜାବ ଓ ଏହାର ଆଖପାଖ ଅଞ୍ଚଳ ରହିଛି। ପଞ୍ଜାବ ପୁଲିସ ଶୁକ୍ରବାର ଅମୃତସର ଅନ୍ତର୍ଗତ ଭାରତ-ପାକିସ୍ତାନୀ ସୀମା ନିକଟବର୍ତ୍ତୀ ମାହାୱା ଗ୍ରାମରେ ପାକିସ୍ତାନର ଏକ କ୍ଷୁଦ୍ର ବିମାନ ଉଦ୍ଧାର କରିବା ପରେ ଏହା ସ୍ପଷ୍ଟ ହୋଇଛି।

ବିମାନଟି ଆକାଶମାର୍ଗରୁ ଅସ୍ତ୍ର ପକାଇବା ପରେ ଯାନ୍ତ୍ରିକ ତ୍ରୁଟି କାରଣରୁ ପାକିସ୍ତାନ ଫେରି ପାରି ନ ଥିଲା। ଏଣୁ ଆତଙ୍କବାଦୀମାନେ ତାହାକୁ ଅଟ୍ଟାରୀ ସୀମା ନିକଟସ୍ଥ ଏକ ଗ୍ରାମର କ୍ଷେତରେ ପୋତି ଲୁଚାଇଦେଇଥିଲେ ବୋଲି ଖଲିସ୍ତାନ ଜିନ୍ଦାବାଦ ବାହିନୀ (କେଜେଡଏଫ)ର କିଛି ଗିରଫ ଆତଙ୍କବାଦୀ ପୁଲିସକୁ ଗୁରୁବାର ଜେରା ବେଳେ କହିଥିଲେ। ଏହି ଆତଙ୍କବାଦୀଙ୍କୁ ୫ ଦିନ ପୂର୍ବେ ଗିରଫ କରାଯାଇଥିଲା। ଏମାନଙ୍କଠାରୁ ସୂଚନା ପାଇବା ପରେ ଭାରତୀୟ ସେନା ମଧ୍ୟ ଭାରତ ଓ ପାକିସ୍ତାନ ସୀମାରେଖା ନିକଟରେ ଆଲର୍ଟ ଜାରି କରାଯାଇଥିଲା। ପୁଲିସ ପକ୍ଷରୁ ତରଣ ତାରନ ଓ ଏହାର ଆଖପାଖ ଅଞ୍ଚଳରେ ପୁଲିସ ବ୍ୟାପକ ଅନୁସନ୍ଧାନ ଆରମ୍ଭ କରାଯାଇଥିଲା। ଆକାଶଦୀପ ନାମକ ଜଣେ ସନ୍ଧିଗ୍ଧ ଆତଙ୍କବାଦୀ ପୁଲିସର ଗୁଇନ୍ଦା ଦଳକୁ ଡ୍ରୋନ ଲୁଚାଇଥିବା ସ୍ଥାନକୁ ନେଇଯାଇଥିଲେ। ଜିପିଏସ ଖଚିତ ଏହି କ୍ଷୁଦ୍ର ବିମାନ ୧୦ କିଲୋଗ୍ରାମ ଓଜନର କ୍ଷୁଦ୍ର ଅସ୍ତ୍ର, ଗୁଳି ଏଆଂ ଜାଲ ନୋଟା ଧରି ପାକିସ୍ତାନରୁ ଉଡାଣ କରି ପଞ୍ଜାବର ତରଣ ତାରନ ଜିଲାରେ ଖସାଇଥାଇପାରେ ବୋଲି ପୁଲିସ କହିଛି। ପାକିସ୍ତାନର ଭାରତକୁ ଆସୁଥିବା ଏଭଳି ବିମାନକୁ ଚିହ୍ନଟ କରି ଆକାଶପଥରୁ ଖସାଇଦେବାରେ ଭାରତୀୟ ସେନା ଦକ୍ଷ ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ କମାଣ୍ଡ ମୁଖ୍ୟ ଲ୍ୟୁଟନାଣ୍ଟ ଜେନେରାଲ ଆଲୋକ ସିଂହ କଲେର ବୁଧବାର କହିଥିଲେ। ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସୋ ନାଏକ ଏ ସମ୍ବନ୍ଧରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଭାରତ ଯେକୌଣସି ଯୁଦ୍ଧ ପରିସ୍ଥିତିର ମୁକାବିଲା କରିବାରେ ସମର୍ଥ। ଭାରତୀୟ ସେନା ଆତଙ୍କବାଦୀଙ୍କୁ ମୁକାବିଲା ପରେ ଅଧିକ ଶକ୍ତୀଶାଳୀ ହୋଇଛି। କେଜେଡଏଫ ଆତଙ୍କବାଦୀ ଗୋଷ୍ଠୀ ପାକିସ୍ତାନ ଓ ଜର୍ମାନୀ ଦ୍ବାରା ବେଆଇନ ଘୋଷିତ ହୋଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories