www.samajalive.in
Tuesday, December 9, 2025
17.1 C
Bhubaneswar

ଡକାୟତି ଉଦ୍ୟମ ପଣ୍ଡ, ୩ ଗିରଫ

ବ୍ରଜରାଜନଗର : ବ୍ରଜରାଜନଗର ଥାନା ଅନ୍ତର୍ଗତ ରାମପୁର ପଡିଆରେ ଗୁରୁବାର ରାତିରେ ୭ ଜଣିଆ ଡକାୟତି ଦଳ ଡକାୟତି କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ତାହା ପଣ୍ଡ ହୋଇଯାଇଛି। ଯୋଜନା ବାବଦରେ ବ୍ରଜରାଜନଗର ପୁଲିସ ଖବର ପାଇ ସଦଳବଳ ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ହେଲେ ପୁଲିସକୁ ଦେଖି ଡକାୟତମାନେ ତାଙ୍କ ଉପରକୁ ଗୁଳି ଚଳାଇ ଦୌଡ଼ାଦୌଡ଼ି କରି ଖସିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ୩ଜଣ ଡକାୟତଙ୍କୁ କାବୁ କରି ନେଇଥିଲେ ହେଁ ୪ ଜଣ ଫେରାର ହୋଇ ଯାଇଥିଲେ। ପୁଲିସ ସେମାନଙ୍କ ନିକଟରୁ ପିସ୍ତଲ ଓ ଗୁଳି ଜବତ କରିଛି।

ସୂଚନା ଯୋଗ୍ୟ ଯେ, ଗତ ଜୁଲାଇ ମାସ ୧୭ ତାରିଖ ରାତିରେ ୫ ଜଣିଆ ଡକାୟତି ଦଳ ଏକ ପେଟ୍ରୋଲ ପମ୍ପରେ ଡକାୟତି କରିବା ପାଇଁ ବ୍ରଜରାଜନଗର ଠାକୁରପଡ଼ା ପଡ଼ିଆରେ ଯୋଜନା କରୁଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲେ। ଏହି ଘଟଣାରେ ପୁଲିସ ୫ ଜଣ ଡକାୟତଙ୍କୁ କାବୁ କରିଥିବା ବେଳେ ୨ ଜଣ ଫେରାର ହୋଇ ଯାଇଥିଲେ। ଗିରଫ ଅଭିଯୁକ୍ତମାନକୁ ପୁଲିସ କୋର୍ଟ ଚାଲାଣ କରିଥିଲା। ସେହିପରି ଗତ ୧୪ ତାରିଖ ରାତିରେ ପୁଲିସ କୁଖ୍ୟାତ ଅପରାଧୀ ସୋନୁ ଘୋଷର ସହଯୋଗୀ ବିନୋଦ ପ୍ରାସାଦକୁ ଛୁଆଳି ବେର୍ଣାଠାରେ ଏନକାଉଣ୍ଟର କରିଥିଲା। ବିନୋଦକୁ ପୁଲିସ ପିଛା କରୁଥିବା ବେଳେ ସେ ପୁଲିସ ଉପରକୁ ୨ ରାଉଣ୍ଡ ଗୁଳି ମାରି ଖସି ଯିବାକୁ ଚେଷ୍ଟା କରୁଥିଲା। ହେଲେ ପୁଲିସ ପକ୍ଷରୁ ପାଲଟା ଗୁଳି ଚାଳନାରେ ସେ ଆହତ ହୋଇଥିଲା। ପୁଲିସ ବିନୋଦ ପାଖରୁ ଏକ ପିସ୍ତଲ ଓ ଗୁଳି ଜବତ କରିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories