www.samajalive.in
Thursday, December 11, 2025
16.1 C
Bhubaneswar

ଏହି ଉପାୟରେ କରନ୍ତୁ ପିଆଜର ବ୍ୟବହାର, ମିଳିବ ଅନେକ ଚତ୍ମକାରୀ ଲାଭ

ପିଆଜକୁ ସାଧାରଣଭାବରେ ଆମେ ବିଭିନ୍ନ ଖାଦ୍ୟରେ ବ୍ୟବହାର କରିଥାଉ। ମାତ୍ର ସଭିଏଁ ହୁଏତ ଜାଣିନଥିବେ ଏହା ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହ ଆମ ମୁହଁ ଓ ଓଠର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିଥାଏ। ଆସନ୍ତୁ ଜାଣିବା ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆମେ ପିଆଜକୁ କିଭଳି ବ୍ୟବହାର କରିବା ….
ଚର୍ମକୁ ପରିଷ୍କାର କରିବା ତଥା ଉଜ୍ୱଳ କରିବା ପାଇଁ ଆମେ ପିଆଜକୁ ବ୍ୟବହାର କରି ପାରିବା। ଏଥିରେ ପ୍ରଚୁର ପରିମାଣରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଥିବାରୁ ପିଆଜକୁ ପେଷ୍ଟ କରି ଏହାକୁ ମୁହଁରେ ଲଗାଇଲେ ମୁହଁର ଚମକ ବୃଦ୍ଧି ପାଇଥାଏ।
ପିଆଜରେ ଭିଟାମିନ ଏ, ସି, ଇ ଥିବାରୁ ସୂର୍ଯ୍ୟଙ୍କ ଠାରୁ ଆସୁଥିବା ଅତି ବାଇଗଣୀ ରଶ୍ମିକୁ ପ୍ରତିହତ କରିବା ସହ ଚର୍ମକୁ ବାହ୍ୟ ସଂକ୍ରମଣରୁ ରକ୍ଷା କରିବା ସହ ଉଜ୍ୱଳତା ପ୍ରଦାନ କରିଥାଏ।
ପିଆଜର ରସକୁ ମୁହଁରେ ଲଗାଇଲେ ମୁହଁରେ ଥିବା କଳାଦାଗ ଦୂର ହୋଇଥାଏ।
୧ ଚାମଚ ପିଆଜ ରସ, ବେସନ ୧ ଚାମଚ , ଅଳ୍ପ କ୍ଷୀର ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ। ୧୫ ମିନିଟ ପରେ ଧୋଇ ଦିଅନ୍ତୁ। ଏପରି ସପ୍ତାହକୁ ୩ରୁ ୪ ଥର ଲଗାଇବା ଦ୍ୱାରା ମୁହଁ ଗୋରା ଓ ଉଜ୍ୱଳ ହୋଇଥାଏ।
ପିଆଜର ରସ ସହ ଭିଟାମିନ-ଇ ମିଶାଇ ଏହାକୁ ରାତିରେ ଓଠରେ ଲଗାନ୍ତୁ। ସକାଳେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଓଠର କଳାପଣ ଦୂର ହୋଇଥାଏ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories