www.samajalive.in
Friday, December 12, 2025
16.1 C
Bhubaneswar

ଡ଼କାୟତି ଯୋଜନା ପଣ୍ଡ ;୩ ଗିରଫ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ହିଲଟପ ପଡିଆରୁ ଶୁକ୍ରବାର ୩ ଜଣ ଡକାୟତ ଧରାପଡିଛନ୍ତି । ସେମାନେ ହେଲେ ଗୁଡୁ ସିଂହ , ସିଆସ ସହିଦ ଓ ପୂର୍ଣ୍ଣ ସାଗର ।

ସୂଚନା ଅନୁଯାୟୀ,  ବ୍ରଜରାଜନଗର ହିଲଟପ ପଡିଆରେ ଡ଼କାୟତି ଯୋଜନା କରୁଥିବାବେଳେ ପୁଲିସ ଖବର ପାଇ ଚଢ଼ାଉ କରିଥିଲା । ଏହି ସମୟରେ ପୁଲିସ ଉପରକୁ ଡ଼କାୟତମାନେ  ଗୋଟିଏ ରାଉଣ୍ଡ  ଗୁଳି ଚଳାଇଥିଲେ । ପୁଲିସ ୩ ଜଣ ଡକାୟତକୁ ଧରିଥିବାବେଳେ ଅନ୍ୟ ୪ ଜଣ ଖସି ପଳାଇଛନ୍ତି । ଘଟଣା ସ୍ଥଳରୁ ପୁଲିସ ବନ୍ଧୁକ, କ୍ୟାଟ୍ରିଜ, ଭୁଜାଲି ଜବତ କରିଛି ।

- Advertisement -

 ଗତ ଜୁଲାଇ ମାସ ୧୭ ତାରିଖ ରାତିରେ ୫ ଜଣିଆ ଡକାୟତି ଦଳ ଏକ ପେଟ୍ରୋଲ ପମ୍ପରେ ଡକାୟତି କରିବା ପାଇଁ ବ୍ରଜରାଜନଗର ଠାକୁରପଡ଼ା ପଡ଼ିଆରେ ଯୋଜନା କରୁଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲେ। ଏହି ଘଟଣାରେ ପୁଲିସ ୫ ଜଣ ଡକାୟତଙ୍କୁ କାବୁ କରିଥିବା ବେଳେ ୨ ଜଣ ଫେରାର ହୋଇ ଯାଇଥିଲେ। ଗିରଫ ଅଭିଯୁକ୍ତ ମାନକୁ ପୁଲିସ କୋର୍ଟ ଚାଲାଣ କରିଥିଲା। ସେହି ପରି ଗତ ୧୪ ତାରିଖ ରାତିରେ ପୁଲିସ କୁଖ୍ୟାତ ଅପରାଧୀ ସୋନୁ ଘୋଷର ସହଯୋଗୀ ବିନୋଦ ପ୍ରାସାଦକୁ ଛୁଆଳି ବେର୍ଣାଠାରେ ଏନକାଉଣ୍ଟର କରିଥିଲା। ବିନୋଦକୁ ପୁଲିସ ପିଛା କରୁଥିବା ବେଳେ ସେ ପୁଲିସ ଉପରକୁ ଗୁଳି ଚଳାଇ ଖସି ଯିବାକୁ ଚେଷ୍ଟା କରୁଥିଲା। ହେଲେ ପୁଲିସ ପକ୍ଷରୁ ପାଲଟା ଗୁଳି ଚଲାନାରେ ସେ ଆହତ ହୋଇଥିଲେ। ପୁଲିସ ବିନୋଦ ପାଖରୁ ଏକ ପିସ୍ତଲ ଓ ଗୁଳି ଜବତ କରିଥିଲା।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories