ହୀରାକୁଦର ଜଳସ୍ତର ୬୩୦ ଫୁଟ ; ଖୋଲିଲା ୧୦ଟି ଗେଟ୍

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୩୦ ଫୁଟ୍ ବା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଜଳଭଣ୍ଡାରର ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ୧୦ଟି ଗେଟ୍ ଖୋଲା ଯାଇଛି। ଶୁକ୍ରବାର ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୩୦ ଫୁଟରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୧,୮୬,୩୧୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ସମ ପରିମାଣର ଜଳ ନିଷ୍କାସିତ ହେଉଛି ।

ଗୁରବାର ୬ଟି ଗେଟ୍ ଖୋଲାଯାଇଥିବା ବେଳେ ଆଜି ୧୦ଟି ଗେଟ ଖୋଲା ଯାଇଛି। ବାମ ପଟର ୬ଟି ଓ ଡାହାଣ ପଟର ୪ଟି ଗେଟ୍ ଖୋଲାଯାଇଛି।

Comments are closed.