www.samajalive.in
Saturday, December 13, 2025
26.1 C
Bhubaneswar

ଦହି ମାଛ

ଆବଶ୍ୟକ ସାମଗ୍ରୀ
ମାଛ – ୫୦୦ ଗ୍ରାମ
ଦହି – ୧ କପ
କଟା ପିଆଜ- ୨ଟି
କଟା କଞ୍ଚା ଲଙ୍କା – ୨ଟି
ରସୁଣ ବଟା – ୩ ଚାମଚ
ସୋରିଷ ବଟା – ୨ଚାମଚ
ସୋରିଷ ତେଲ – ଆବଶ୍ୟକ ଅନୁଯାୟୀ
ହଳଦୀ ଗୁଣ୍ଡ
ଲଙ୍କା ଗୁଣ୍ଡ
ଲୁଣ – ଆବଶ୍ୟକ ଅନୁଯାୟୀ
ଗୋଟା ସୋରିଷ – ଅଳ୍ପ
ଚିଲି ସସ – ଅଳ୍ପ
କଟା ଧନିଆ ପତ୍ର
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମାଛକୁ ଭଲ ଭାବେ ଧୋଇ ହଳଦୀ ଗୁଣ୍ଡ ଓ ଲୁଣ ଗୋଳାଇ ୧୦ ମିନିଟ ରଖି ଦିଅନ୍ତୁ। ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ମାଛକୁ ଭାଜନ୍ତୁ। ଭାଜି ହେବା ପରେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ କଡ଼େଇରେ ପୁଣି ତେଲ ଗରମ କରନ୍ତୁ। ଏହା ପରେ ଏଥିରେ ଗୋଟା ସୋରିଷ, କଟା ପିଆଜ, କଞ୍ଚା ଲଙ୍କା, ରସୁଣ ବଟା, ପକାଇ କିଛି ସମୟ କଷନ୍ତୁ। କଷି ହେବା ପରେ ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ, ଲୁଣ, ସୋରିଷ ବଟା ପକାଇ ପୁଣି ଭଲ ଭାବେ କଷନ୍ତୁ। ଏବେ ଏକ ପାତ୍ରରେ ଦହିରେ ସାମାନ୍ୟ ପାଣି ମିଶାଇ ଭଲ ଭାବେ ଫେଣ୍ଟି ଏହି କଷା ହେଉଥିବା ମସଲାରେ ପକାନ୍ତୁ। ଏହା ପରେ ଏଥିରେ ଚିଲି ସସ ପକାଇ ଭଜା ହୋଇ ରଖିଥିବା ମାଛକୁ ପକାନ୍ତୁ ଓ ଅଳ୍ପ ପାଣି ଦେଇ ୧୦ ମିନିଟ ଗ୍ୟାସରେ ବସାଇ ଧିମା ଆଞ୍ଚରେ ଫୁଟାନ୍ତୁ। ୧୦ ମିନିଟ ପରେ ଏହାକୁ ଏକ ପାତ୍ରକୁ କାଢି କଟା ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଦହି ମାଛ ତରକାରୀ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories