www.samajalive.in
Friday, December 12, 2025
16.1 C
Bhubaneswar

ପୁଣି ନୂଆଦିଲ୍ଲୀରେ ଲୁଟ୍‌ର ଶିକାର ହେଲେ ସାମ୍ବାଦିକା

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ପୁଣି ଜଣେ ସାମ୍ବାଦିକା ଲୁଟପାଟ୍‌ର ଶିକାର ହୋଇଛନ୍ତି। ଦିନ ଦ୍ବିପ୍ରହରରେ ଜଣେ ସାମ୍ବାଦିକାଙ୍କଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସାମ୍ବାଦିକା ଜଣଙ୍କ ରାସ୍ତାରେ ଚାଲିକି ଯାଉଥିବା ବେଳେ ବାଇକରେ ଦୁଇ ଜଣ ଲୁଟେରା ଆସି ତାଙ୍କ ମୋବାଇଲ ଛଡାଇ ନେଇ ଫେରାର ହୋଇଯାଇଥିଲେ। ଏହି ଘଟଣାଟି ନୂଆଦିଲ୍ଲୀର ଓଖଲା ଅଞ୍ଚଳରେ ଘଟିଛି। ଏହାର ପୁରା ଦୃଶ୍ୟ ସିସିଟିଭି ଫୁଟେଜ୍‌ରେ ରେକର୍ଡ ହୋଇଛି। ଲୁଟେରା ଓ ସାମ୍ବାଦିକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଫୁଟେଜରେ ଦେଖିବାକୁ ମିଳିଛି।

ଏହା ପୂର୍ବରୁ ଅନ୍ୟ ଜଣେ ସାମ୍ବାଦିକା ମଧ୍ୟ ନୂଆଦିଲ୍ଲୀରେ ଲୁଟ୍‌ର ଶିକାର ହୋଇଥିଲେ। ଏହି ମାମଲାରେ ପୁଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଥିବା ବେଳେ ପୁଲିସ କର୍ମୀଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଜଣେ ଏଏସ୍ଆଇ ସମେତ ୩ ଜଣ ପୁଲିସକର୍ମୀ ନିଲମ୍ବିତ ହୋଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories