www.samajalive.in
Friday, December 12, 2025
23.1 C
Bhubaneswar

ମାଲଦହରେ ବନ୍ୟା; ୩୨ ହଜାର ଜଳବନ୍ଦୀ

କଲକାତା: ଆଗକୁ ଦୁର୍ଗାପୂଜା, ଆଉ ମାତ୍ର ଅଳ୍ପ ଦିନ ବାକି। ଏଭଳି ସମୟରେ ରାଜ୍ୟରେ ବନ୍ୟା ଆତଙ୍କ ଦେଖାଦେବାଦ୍ବାରା ମାଲଦହ ସହ ପାର୍ଶ୍ବସ୍ଥ ଅଞ୍ଚଳବାସୀଙ୍କ ମନରେ ନୂତନ ଭାବେ ଭୟ ସଞ୍ଚାର ହେବାକୁ ଲାଗିଛି।
ଜିଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି ଯେ ଲଗାଣ ବର୍ଷା ଯୋଗୁଁ ମାଲଦହର ବିଭିନ୍ନ ନଦୀରେ ବନ୍ୟାପାଣି ବୃଦ୍ଧି ପାଇବାକୁ ଲାଗିଛି। ପ୍ରାୟ ୩ଟି ନଦୀରେ ବନ୍ୟାପାଣି ବିପଦ ସଂକେତ ଉପରେ ଗତି କରିବା ଆରମ୍ଭ କରିଛି। ଗଙ୍ଗା, ଫୁଲହାର ଓ ମହାନନ୍ଦା ନଦୀରେ ବନ୍ୟା ଆତଙ୍କ ଦେଖାଦେବାଦ୍ବାରା ଅଞ୍ଚଳରେ ଭୟାତୁର ପରିସ୍ଥିତି ସୃଷ୍ଟି କରିଛି। କୁହାଯାଇaଛି ଯେ ରବିବାର ରାତିରୁ ମୁଖ୍ୟତଃ ଗଙ୍ଗା, ଫୁଲହାର, ମହାନନ୍ଦାରେ ବନ୍ୟାପାଣି ବୃଦ୍ଧି ପାଇବାକୁ ଲାଗିଛି। କେତେକ ତଳିଆ ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରିବା ମଧ୍ୟ ଆରମ୍ଭ କରିଛି।
ଫଳରେ ମାଣିକଚକ ବ୍ଲକର ରାମନଗର, ଶିବେନ୍‌ଟୋଲା, ପଶ୍ଚିମ ନାରାୟଣପୁର, ଜୋତପଟ୍ଟା, ଗଦାଇଚର ସହ ମୋଟ ପ୍ରାୟ ୮ଟି ଗ୍ରାମରେ ବନ୍ୟାପାଣି ପ୍ରବେଶ କରିଛି। ଆଜି ସକାଳ ସୁଦ୍ଧା ନାରାୟଣପୁରର ବହୁ ଚାଷ ଜମି ବନ୍ୟାପାଣି ଘେରରେ ପ୍ଲାବିତ ହୋଇଥିବାବେଳେ ୮ଟି ଗ୍ରାମର ବହୁ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡ଼ିଛି। ଫଳରେ ପ୍ରାୟ ୭୨୩ଟି ଭଳି ପରିବାର ବନ୍ୟାପାଣି ଘେରରେ ଅଛନ୍ତି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ମୋଟର ବୋଟ୍‌ ଓ ଛୋଟ ନୌକା ସାହାଯ୍ୟରେ ବନ୍ୟା ଦୁର୍ଗତଙ୍କୁ ଉଚ୍ଚ ସ୍ଥାନକୁ ନିଆଯାଉଛି। ସେହିପରି ରିଲିଫ୍‌ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି।
ଫୁଲହାର ନଦୀ ବନ୍ୟାରେ ରତୁଆ ୧ନଂ ବ୍ଲକ୍‌ର ମହାନନ୍ଦାତୋଲା ଏବଂ ବିଲାଇମାରି ଗ୍ରାମ ପଞ୍ଚାୟତର ପ୍ରାୟ ୩୦ ହଜାର ଲୋକ ଜଳବନ୍ଦୀ ହୋଇପଡ଼ିଛନ୍ତି। ବହୁ ପରିମାଣର ଚାଷ ଜମି ବନ୍ୟା ପାଣିରେ ବୁଡ଼ି ରହିବାଦ୍ବାରା ଗ୍ରାମବାସୀମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସେହିପରି ମାଣିକଚକ ବ୍ଲକ୍‌ର ନାଜିରପୁର ଅଞ୍ଚଳରେ ପାଣି ମାଡ଼ିଯିବାଦ୍ବାରା ସମଗ୍ର ଅଞ୍ଚଳଟି ଜଳାର୍ଣ୍ଣବ ହୋଇପଡ଼ିଛି। ସେଠାକାର ପ୍ରାୟ ୧୫୦ଏକର ଚାଷ ଜମି ପାଣିରେ ବୁଡ଼ି ରହିଥିବା କୁହାଯାଇଛି। ସେହିପରି କାଳିଆଚକର ୩ନଂ ବ୍ଲକ୍‌ର ଶୋଭାପୁର, ପାରଦେୱନାପୁର ଗ୍ରାମ ପଞ୍ଚାୟତର ତଳିଆ ଅଞ୍ଚଳରେ ବନ୍ୟା ପାଣି ମାଡ଼ିଯିବାଦ୍ବାରା ପ୍ରାୟ ଦୁଇହଜାର ଲୋକ ଗୃହହୀନ ହୋଇଛନ୍ତି।
ମାଲଦହ ସହ ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଥିବାବେଳେ ମାଲଦହର ମୁଖ୍ୟ ତିନିଟି ନଦୀ ଗଙ୍ଗା, ମହାନନ୍ଦା, ଫୁଲହାର ନଦୀରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ବିଷୟ ସାଧାରଣରେ ଆତଙ୍କ ଖେଳାଇଦେଇଛି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଅବ୍ୟାହତ ରହିଛି।

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories