ମୁମ୍ବଇ: ଆଗାମୀ ଚଳଚ୍ଚିତ୍ର ‘ଗୁଞ୍ଜନ୍ ସକ୍ସେନା: ଦ କାରଗିଲ୍ ଗର୍ଲ’ ନିମନ୍ତେ ଜାହ୍ନବୀ କପୁର ତାଲିମ ନେଉଛନ୍ତି। ଖବରଟିକୁ ଗୁପ୍ତ ରଖାଯିବା ସତ୍ତ୍ବେ ତାହା ପ୍ରଚାରିତ ହୋଇଛି। ଏହି ଚଳଚ୍ଚିତ୍ରର ଶେଷ ଭାଗର ସୁଟିଂ ବାକି ରହିଛି। ଜାହ୍ନବୀ ତାଲିମ ନେବା ପରେ ତାହାର ସୁଟିଂ ଆରମ୍ଭ ହେବ ବୋଲି ପ୍ରକାଶ। ଏହାର ପ୍ରଶିକ୍ଷଣ ସେ ନ୍ୟୁୟର୍କରେ ନେଉଛନ୍ତି। ସୁଟିଂରୁ କିଛି ସମୟ ବିରତି ନେଇ ସାନ ଭଉଣୀ ଖୁସିଙ୍କ ପାଖକୁ ସେ ଯିବାକୁ ଯୋଜନା କରିଥିଲେ। ଏକଥା ତାଙ୍କ ଚଳଚ୍ଚିତ୍ରର ପ୍ରଯୋଜକ କରନ୍ ଜୋହର୍ ଜାଣିବା ପରେ ପ୍ରସ୍ତାବ ଦେଇଥିଲେ ଯେ ଜାହ୍ନବୀ ସେଠାରେ ଛୁଟି କାଟିବା ସହ ଆବଶ୍ୟକ ତାଲିମ ମଧ୍ୟ ନେଇପାରିବେ। ଇଚ୍ଛା ନଥିଲେ ମଧ୍ୟ ଜାହ୍ନବୀ ହଁ ମାରି ନ୍ୟୁୟର୍କ ଯାଇ ଏବେ ତାଲିମ ନେଉଛନ୍ତି। ମିଳିଥିବା ଖବର ଅନୁସାରେ, ଖୁସି ଉଚ୍ଚଶିକ୍ଷା ପାଇଁ ନ୍ୟୁୟର୍କ ଯାଇଛନ୍ତି। ୨ ବର୍ଷର ପାଠ୍ୟକ୍ରମ ଶେଷ କରି ସେ ମଧ୍ୟ ବଲିଉଡରେ ପାଦ ଥାପିବାର ଯୋଜନା କରୁଛନ୍ତି।
Popular Categories



