www.samajalive.in
Tuesday, December 9, 2025
26.1 C
Bhubaneswar

ସାମାଜିକ ଗଣମାଧ୍ୟମ ଉପରେ ଲାଗିବ ଅଙ୍କୁଶ

ନୂଆଦିଲ୍ଲୀ: ଟେକ୍ନୋଲୋଜିର ଅପବ୍ୟବହାର ସମାଜ ପାଇଁ ବିପଦ ପାଲଟିଛି। ବିଶେଷକରି ସାମାଜିକ ଗଣମାଧ୍ୟମରେ ଅନୁଚିତ ଉପଯୋଗ ଚିନ୍ତାର ବିଷୟ ହୋଇଛି। ଏଣୁ ଏହା ଉପରେ କଟକଣା ଲାଗୁ​ ନିମନ୍ତେ ଏକ ଗାଇଡଲାଇନ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ଗାଇଡ଼ ଲାଇନ ପ୍ରସ୍ତୁତ କରି ସର୍ବୋଚ୍ଚ ଅଦାଲତଙ୍କୁ ଅବଗତ କରିବାକୁ ବିଚାରପତି ଦୀପକ ଗୁପ୍ତା ଏବଂ ଅନିରୁଦ୍ଧ ବୋସଙ୍କ ପୀଠ କେନ୍ଦ୍ରକୁ ତିନି ସପ୍ତାହ ସମୟ ଦେଇଛନ୍ତି। ପୀଠ କହିଛନ୍ତି ସାମାଜିକ ଗଣମାଧ୍ୟମରେ ଛଡାଯାଉଥିବା ବାର୍ତ୍ତା ତଥା ଅନଲାଇନ କଣ୍ଟେଣ୍ଟର ମୂଳ ପ୍ରସାରକାରୀ କିଏ ତାହା ଜାଣିବା ସମ୍ଭବ ହେଉ ନାହିଁ। ଫଳରେ ଏଭଳି ବାର୍ତ୍ତା ହିଂସା ତଥା ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ଏଣୁ ଏଭଳି ମିଥ୍ୟା ବାର୍ତ୍ତା ପ୍ରସାରକାରୀମାନଙ୍କୁ ଚିହ୍ନଟ କରାଯିବା ଦରକାର। ଏଭଳି ଏକ ବିଜ୍ଞାନ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟ ଅଥବା ହାଇକୋର୍ଟ ନିଷ୍ପତ୍ତି ନେଇପାରିବେ ନାହିଁ। ଏଣୁ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ ପୂର୍ବକ ଗାଇଡଲାଇନ ଜାରି କରିବା ଜରୁରୀ ହୋଇପଡିଛି। ସାମାଜିକ ଗଣମାଧ୍ୟମ ସହିତ ଆଧାର ଲିଙ୍କ କରାଇବା ନେଇ ମାଡ୍ରାସ, ବମ୍ବେ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟରେ ହୋଇଥିବା ଆବେଦନଗୁଡିକରୁ ସ୍ଥାନାନ୍ତର କରିବା ଲାଗି ଫେସବୁକ ଓ ହ୍ବାଟସଆପ ପକ୍ଷରୁ ଦାଖଲ ଆବେଦନ ଉପରେ ଶୁଣାଣି କରି ପୀଠ ଏହା କହିଛନ୍ତି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories