www.samajalive.in
Sunday, December 7, 2025
26.1 C
Bhubaneswar

ସଲମାନ୍-କ୍ୟାଟ୍ରିନାଙ୍କ ୧୬ବର୍ଷର ବନ୍ଧୁତା

ମୁମ୍ବଇ: ନିକଟରେ ଏକ ସାକ୍ଷାତକାର୍‌ରେ କ୍ୟାଟ୍ରିନା କେଫ୍ କହିଛନ୍ତି, ବଲିଉଡରେ ତିଷ୍ଠିବା ଆଦୌ ସହଜ ନୁହେଁ। ହେଲେ ଏଥିପାଇଁ ତାଙ୍କୁ ସାହାଯ୍ୟ କରିଥିଲେ ସଲମାନ୍ ଓ ତାଙ୍କ ପରିବାର। ଦୁହିଁଙ୍କ ବନ୍ଧୁତା ଇତିମଧ୍ୟରେ ୧୬ ବର୍ଷ ଅତିକ୍ରାନ୍ତ କରିଥିବାବେଳେ ପ୍ରଥମଥର ସେମାନେ ଏକତ୍ର ୨୦୦୫ରେ ‘ମେନେ ପ୍ୟାର୍‌ କ୍ୟୁଁ କିୟା’ରେ ଏକତ୍ର ଅଭିନୟ କରିଥିଲେ। ଦୁହେଁ ଶେଷଥର ‘ଭାରତ’ରେ ଏକାଠି କାମ କରିଛନ୍ତି। କ୍ୟାଟ୍ରିନା କହିଛନ୍ତି, ମଝିରେ କିଛି ବର୍ଷ ସେ ସଲମାନ୍‌‌ଙ୍କ ସହ ସମ୍ପର୍କ ରଖିନଥିଲେ। ଏହା ପଛର କାରଣ ସମସ୍ତଙ୍କୁ ଜଣା ସେ ବୋଲି ହସିହସି କହିଛନ୍ତି। ଯେଉଁ ମୁହୂର୍ତ୍ତରେ ସେ ଅନୁଭବ କରିଥିଲେ, ସେ ଭୁଲ୍ କରୁଛନ୍ତି ସଲମାନ୍‌ଙ୍କୁ ଫୋନ୍ କରିଥିଲେ। ବିନା କୌଣସି ଯୁକ୍ତିରେ ସଲମାନ୍ ତାଙ୍କର ସବୁ କଥା ଶୁଣିବା ସହ ବନ୍ଧୁତ୍ବର ହାତ ବଢ଼ାଇଥିଲେ। ଜଣେ ଭଲ ବନ୍ଧୁ ସଲମାନ୍ ଦାୟିତ୍ବବାନ୍ ପୁଅ ମଧ୍ୟ। ମା-ବାପାଙ୍କ ପାଖରେ ସେ ସବୁବେଳେ ଛାଇ ପରି ରହିଥାନ୍ତି ବୋଲି କହିଛନ୍ତି କ୍ୟାଟ୍ରିନା।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories