www.samajalive.in
Monday, December 15, 2025
26.1 C
Bhubaneswar

ନିଜକୁ ନିଜେ ଏନକାଉଣ୍ଟର କଲେ ଏନକାଉଣ୍ଟର ସ୍ପେସାଲିଷ୍ଟ

ମୁମ୍ବଇ: ମୁମ୍ବଇ ପୁଲିସର ଚର୍ଚ୍ଚିତ ଅଫିସର ତଥା ଏନକାଉଣ୍ଟର ସ୍ପେସାଲିଷ୍ଟ ହିମାଂଶୁ ରାୟ ନିଜକୁ ନିଜେ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି। ଦୀର୍ଘ ଦିନ ଧରି ରୋଗ ଜ୍ୱାଳାରେ ବିଚଳିତ ହୋଇ ସେ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ପ୍ରାରମ୍ଭିକ ପର୍ଯ୍ୟାୟରେ କୁହାଯାଉଛି। ଶୁକ୍ରବାର ଅପରାହ୍ନ ୧ଟା୪୦ରେ ହିମାଂଶୁ ତାଙ୍କ ସରକାରୀ ବାସଭବନରେ ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି ମାରିଥିଲେ।
ଗୁରୁତର ଅବସ୍ଥାରେ ହିମାଂଶୁଙ୍କୁ ପରିବାରବର୍ଗ ମୁମ୍ବଇ ଡାକ୍ତରଖାନାକୁ ନେଇଥିଲେ। ତେବେ କାର୍ଯ୍ୟରତ ଡାକ୍ତର ତାଙ୍କୁ ବଞ୍ଚାଇବାକୁ ଅସଫଳ ହୋଇଥିଲେ। ହିମାଂଶୁ ନିଜ ପାଟିରେ ବନ୍ଧୁକ ମୁନକୁ ଭର୍ତ୍ତି କରି ଗୁଳି ମାରିଥିବାରୁ ତାଙ୍କୁ ବଞ୍ଚାଇବା ଡାକ୍ତରଙ୍କ ପାଇଁ କାଠିକର ପ୍ରମାଣିତ ହୋଇଥିଲା।
୧୯୮୮ବ୍ୟାଚ ଆଇପିଏସ ଅଧିକାରୀ ହିମାଂଶୁଙ୍କୁ ମୁମ୍ବଇରେ ଏନକାଉଣ୍ଟର ସ୍ପେସାଲିଷ୍ଟ ଭାବରେ ବେଶ୍‍ ଖ୍ୟାତି ଥିଲା। ଦାଉଦ ଇବ୍ରାହିମର ଭାଇ ଇକବାଲ କାସକରଙ୍କ ଡ୍ରାଇଭର ଆରିଫର ଏନକାଉଣ୍ଟର ତାଙ୍କୁ ଚର୍ଚ୍ଚା ପରିସରକୁ ଆଣିଥିଲା। ସେହିପରି ସାମ୍ବାଦିକ ଜେଡି ହତ୍ୟାକାଣ୍ଡ ରହସ୍ୟ ଉନ୍ମୋଚନ କରି ସେ ବେଶ୍‍ ସୁନାମ ଅର୍ଜନ କରିଥିଲେ। ଏକାଧିକ ଅଣ୍ଡରୱାଲ୍ଡ ଅପରାଧୀଙ୍କୁ ଏନକାଉଣ୍ଟର କରିବା ପ୍ରକ୍ରିୟା ତାଙ୍କ ସମୟରେ ବେଶ୍‍ ଚର୍ଚ୍ଚିତ ହୋଇଥିଲା।
ତାଙ୍କ ବିଚକ୍ଷଣତାକୁ ଦୃଷ୍ଟିରେ ରଖି ତାଙ୍କୁ ଏଟିଏସ ମୁଖ୍ୟ ଦାୟିତ୍ୱ ଦିଆଯାଇ ଥିଲା। ମୁମ୍ବଇ ସାଇବର ସେଲ ଗଠନ ଦିଗରେ ତାଙ୍କ ପ୍ରତ୍ୟକ୍ଷ ଅବଦାନ ଥିଲା। ତେବେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡ଼ିତ ହିମାଂଶୁ ୨୦୧୬ରୁ ମେଡିକାଲ ଲିଭରେ ଥିଲେ। ତେବେ ରୋଗ ଉତ୍କଟ ହେବାରୁ ସେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସନ୍ଦେହ କରାଯାଉଛି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories