www.samajalive.in
Thursday, December 11, 2025
18.1 C
Bhubaneswar

ଏହି ଶୈଳୀରେ ଶୋଇବା ସ୍ୱାସ୍ଥ୍ୟ ପାଇଁ ହିତକାରକ

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଦର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ତେଣୁ ପ୍ରତ୍ୟେକ ଦିନ ୮ ଘଣ୍ଟା ଶୋଇବା ପାଇଁ ଡ଼ାକ୍ତର ମଧ୍ୟ ପରାର୍ମଶ ଦେଇଥାଆନ୍ତି। ମାତ୍ର ୮ ଘଣ୍ଟା ନିଦ ସହ ଶାନ୍ତି ନିଦରେ ଶୋଇବା ନିତ୍ୟାନ୍ତ ଆବଶ୍ୟକ। ବିଶେଷଜ୍ଞଙ୍କ ମତରେ ଶୋଇବା ସମୟରେ ଅଣ୍ଟା ଓ ଶରୀରର ଅନ୍ୟାନ୍ୟ ଅଙ୍ଗ ସଠିକ ଅବସ୍ଥାରେ ରହିନଥାଏ। ଫଳରେ ଏହା ଶରୀର ଉପରେ କେତେକ କୁପ୍ରଭାବ ପକାଇଥାଏ। ଜାଣନ୍ତୁ କେଉଁ ଶୈଳୀରେ ଶୋଇବା ସ୍ୱାସ୍ଥ୍ୟ ପାଇଁ ହିତକାରକ….
ପେଟ ତଳକୁ କରି ଶୋଇବା –
ବହୁ ଲୋକେ ପେଟ ମାଡ଼ି ଶୋଇବାକୁ ପସନ୍ଦ କରିଥାଆନ୍ତି। ଅଧିକାଂଶ ଛୋଟ ପିଲାମାନେ ଏଭଳି ଶୈଳୀରେ ଶୋଇ ଥାଆନ୍ତି। ପେଟ ମାଡ଼ି ଶୋଇବା ଫଳରେ ପ୍ରାକୃତିକ ଉପାୟରେ ସ୍ୱାସ୍ଥ୍ୟ ଉପରେ କେତେକ ପ୍ରଭାବ ପକାଏ। ଏହାସହ ଆଣ୍ଠୁଗଣ୍ଠି ଜନିତ ଯନ୍ତ୍ରଣା, ମାଂସପେଶୀୟ ଯନ୍ତ୍ରଣା, ବେକରେ ବ୍ୟଥା ଭଳି ସମସ୍ୟା ଦେଖାଦେଇଥାଏ। ମାତ୍ର ପିଠି ତଳକୁ କରି ଶୋଉଥିବା ବ୍ୟକ୍ତିଙ୍କ ତୁଳନାରେ ପେଟ ତଳକୁ କରି ଶୋଉଥିବା ବ୍ୟକ୍ତିଙ୍କୁ ଘୁଙ୍ଘୁଡ଼ି ଖୁବ କମ ହୋଇଥାଏ।
କଡ଼ଲେଉଟାଇ ଶୋଇବା –
ବିଶେଷଜ୍ଞଙ୍କ ମତରେ କଡ଼ଲେଉଟାଇ ଶୋଇବା ସ୍ୱାସ୍ଥ୍ୟ ପାଇଁ ହିତକାରକ ଅଟେ। କଡ଼ଲେଉଟାଇ ଶୋଇବା ଦ୍ୱାରା ହଜମ ପ୍ରକ୍ରିୟା ସଠିକ ରହିଥାଏ। ଶରୀର ବ୍ୟଥା ହେବା ସମସ୍ୟା ରହିନଥାଏ। ଏହାସହ ଗର୍ଭବତୀ ମହିଳାମାନେ ବାମ ପଟକୁ କଡ଼ଲେଉଟାଇ ଶୋଇଲେ ଏହା ଉଭୟ ମାଆ ଓ ଗର୍ଭସ୍ଥ ଶିଶୁ ପାଇଁ ହିତକାରକ ଅଟେ। ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ସଠିକ ଭାବେ ହୋଇଥାଏ।
ପିଠି ତଳକୁ କରି ଶୋଇବା –
ପିଠି ତଳକୁ କରି ଶୋଇବା ଦ୍ୱାରା ଆପଣଙ୍କ ଶରୀର ଓଜନର ବଳ ସମ୍ପୂର୍ଣ୍ଣ ଶରୀର ଉପରେ ସମାନ ଭାବେ ପଡ଼ିଥାଏ। ମସ୍ତିଷ୍କ, ବେକ, ମେରୁଦଣ୍ଡ ସିଧା ରହିଥାଏ। ଏପରି ଶୋଇବା ଶୈଳୀରେ ତକିଆ ମୁଣ୍ଡ ତଳେ ଦେବା ଅପେକ୍ଷା ଆଣ୍ଠୁ ତଳେ ଦେବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories