ଭୁବନେଶ୍ବର: ସେବିକା ନିହାରିକା ହତ୍ୟା ମାମଲାର ଏକ ବଡ ଖୁଲାସା ହୋଇଛି । କଟକରେ ନିହାରିକାକୁ ହତ୍ୟା କରାଯାଇଥିବା ଜଣାପିଡିଛି। ଚାଉଳିଆଗଞ୍ଜର ଅପଣିଆରେ ଥିବା ରାଜାଙ୍କ ସାଙ୍ଗର ଏକ ଭଡା ଘରେ ନିହାରିକାକୁ ହତ୍ୟା କରିଛି । ପରେ ତାଙ୍କ ମୃତଦେହକୁ ଅଖାରେ ଭର୍ତ୍ତି କରି ଏକ ବାଇକରେ ନିଆ ଯାଇ ବିଲୁଆଖାଇ ନଦୀ ପଠାରେ ଫିଙ୍ଗାଯାଇଥିଲା । ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଏହି ସୂଚନା ଦେଇଛି । ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ବାଇକରେ ନେଇଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଅଭିଯୁକ୍ତ ରାଜା ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି ବୋଲି ପୁଲିସ ଡିଜି କହିଛନ୍ତି । ସୂଚନାଯୋଗ୍ୟ, ଶୁକ୍ରବାର ଅଭିଯୁକ୍ତ ରାଜା ଜଗତସିଂହପୁରର ବିରିଡି ଥାନାରେ ଆତ୍ମସମର୍ପଣ କରିଥିଲା ।
Popular Categories



