www.samajalive.in
Thursday, December 11, 2025
18.1 C
Bhubaneswar

ଚୀନର ସୈନ୍ୟବଳ ବୃଦ୍ଧିକୁ ନେଇ ଚିନ୍ତାରେ ଟ୍ରମ୍ପ; କହିଲେ-ଏହି ବାମପନ୍ଥୀ ଦେଶ ବିଶ୍ଵ ପାଇଁ ବିପଦ

ୱାଶିଂଟନ: ଚୀନର ସୈନ୍ୟବଳ ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ବାମପନ୍ଥୀ ଦେଶ ବିଶ୍ଵ ପାଇଁ ବିପଦ ବୋଲି ଟ୍ରମ୍ପ କହିଛନ୍ତି। ଆହୁରି ମଧ୍ୟ ଆମେରିକାର ବୌଦ୍ଧିକ ଜ୍ଞାନକୌଶଳକୁ ଚୀନ ଚୋରି କରିନେବା ସମୟରେ ଦେଶର ପୂର୍ବଜମାନେ ଅଟକାଇ ନ ଥିଲେ, ଯେଉଁଥିପାଇଁ ଚୀନ ନିଜର ପ୍ରତିରକ୍ଷା କ୍ଷମତାକୁ ମଜଭୁତ କରିଛି ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି।

ଚୀନ ନିଜର ସେନା ପାଇଁ ବ୍ୟୟ ଅଟକଳ ୭ ପ୍ରତିଶତକୁ ବୃଦ୍ଧି କରି ୧୫୨ ଅରବ(୧ ଅରବ ୧୦୦ କୋଟି ଟଙ୍କା) ଡଲାର କରିଛି। ବିବାଦୀୟ ଦକ୍ଷିଣ ଚୀନ ସାଗରରେ ବୃଦ୍ଧି ପାଉଥିବା ଆମେରିକାର ପ୍ରଭାବକୁ ନଷ୍ଟ କରିବା ଲାଗି ଚୀନ ଏପରି କରୁଛି। ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଛନ୍ତି, ଚୀନ ବିଶ୍ଵ ପାଇଁ ନିଶ୍ଚିତ ରୂପେ ବିପଜ୍ଜନକ। ଅନ୍ୟ କୌଣସି ଦେଶ ତୁଳନାରେ ଚୀନ ନିଜର ସେନାକୁ ଦ୍ରୁତଗତିରେ ଶକ୍ତିଶାଳୀ କରିବାରେ ଲାଗିଛି ଏବଂ ଆମେରିକାର ଅର୍ଥକୁ ବ୍ୟବାହାର କରୁଛି। ଏହି ସମୟରେ ଟ୍ରମ୍ପଙ୍କ ସହିତ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମରିସନ ବି ଉପସ୍ଥିତ ଥିଲେ। ଟ୍ରମ୍ପ କହିଥିଲେ, ତାଙ୍କ ପୂର୍ବରୁ ଥିବା ଆମେରିକାର ରାଷ୍ଟ୍ରପତିମାନେ ଚୀନକୁ ପ୍ରତିବର୍ଷ ୫୦୦ ଅରବ ଡଲାର କିମ୍ବା ତା’ଠାରୁ ଅଧିକ ଅର୍ଥରାଶି ନେବାକୁ ଅନୁମତି ଦେଇଥିଲେ। ସେମାନେ ଚୀନକୁ ଆମର ବୌଦ୍ଧିକ ଜ୍ଞାନକୌଶଳ ଏବଂ ସମ୍ପତ୍ତି ଚୋରି କରିନେବାକୁ ଅନୁମତି ଦେଇଥିଲେ ଏବଂ ମୁଁ ଏପରି କରିବା ଲୋକ ନୁହେଁ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories